ନୂଆପଡା : ନୂଆପଡା ଜିଲ୍ଲା ବୋଡେନ ବ୍ଲକ କରଙ୍ଗାମାଲ ପଂଚାୟତର ଲେସୁନପାଲି ଗ୍ରାମର ମା ଓ ଶିଶୁ ମୃତୁ୍ୟ ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ ପାଇଁ ଗାଁରେ ନୂଆପଡା ଜିଲା ଦଳିତ ଅଧିକାର ମଂଚର ଏକ ଟିମ ପହଂଚି ନୂଆପଡା ଜିଲାପାଳ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ମୃତକ ପରିବାରଙ୍କୁ ଉପଯୁକ୍ତ ସହାୟତା ରାଶି ପ୍ରଦାନ କରିବାକୁ ଦାବୀ କରିଥିଲେ । ଏହା ସହ ଅବହେଳା ପ୍ରଦର୍ଶନ କରିଥିବା ଡାକ୍ତର, ନର୍ସ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଦାବୀ କରିଥିଲେ । ସେମାନେ ନୂଆପଡା ଜିଲ୍ଲାରେ ଜନନୀ ସୁରକ୍ଷା ଯୋଜନା ଫେଲ ମାରିଥିବା ବେଳେ ମୋ ସରକାର, ୫ଟି ଯୋଜନା ଫେଲ ମାରିଥିବା ଅଭିଯୋଗ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଗତ ଗତ ୧୫ ତାରିଖ ଦିନ ଲେସୁନପାଲି ଗ୍ରାମର ତ୍ରିଲୋଚନ ମାଝୀଙ୍କ ପତ୍ନୀ ଗୋମତୀ ମାଝୀଙ୍କର ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ଖଡିଆଳ ଉପଖଣ୍ଡ ଚିକିସôାଳୟରେ ଭର୍ତି କରିଥିଲେ । କିନ୍ତୁ ଏଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିସôାଳୟ ସ୍ଥାନାନ୍ତର କରି ମାଁ ଓ ଶିଶୁ ୱାର୍ଡରେ ଭର୍ତି ପରେ ଚିକିସôାଧିନ ଡାକ୍ତର ଉଭୟ ମାଁ ଓ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ । ଏପରି ସମ୍ବଦନଶୀଳ ଘଟଣାକୁ ଜିଲ୍ଲାର ବିଭିନ୍ନ ମହଲରେ ନାପସନ୍ଦ କରିଥିବା ବେଳେ ଜିଲା ଦଳିତ ଅଧିକାର ମଂଚର ସଭାପତି କମଲ ଚରଣ ତାଣ୍ଡି ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିହିତ କରି ଏହି ହତ୍ୟା ଘଟଣାରେ ସଂପୃକ୍ତ ଥିବା ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ଅଧରକାରିଙ୍କ ବିରିଦ୍ଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।
Related Stories
December 28, 2024