ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତି ପକ୍ଷରୁ ଭୁବନେଶ୍ୱର ଠାରେ ଜଳସମ୍ପଦ ମନ୍ତ୍ରୀ ଓ ଜଳସମ୍ପଦ ପ୍ରମୁଖ ସଚିବଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି । ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନେତୃତ୍ୱରେ ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତିର ଏକ ଦଳ ବିସ୍ଥାପିତଙ୍କ ଥିବା ବିଭିନ୍ନ ସମସ୍ୟାର ସମାଧାନ ଏବଂ ସେମାନଙ୍କୁ ଉଚିତ ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବାକୁ ଦାବୀ କରିଥିଲେ । ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ଜଳସେଚନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାରଙ୍କୁ ଦାବୀପତ୍ର ପ୍ରଦାନ କରି ସମସୟାର ସମାଧାନ ଦାବୀ କରିଥିବା ବେଳେ ମନ୍ତ୍ରୀ ଏବଂ ସଚିବ ଅତିଶିଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିବା ନେଇ ବିସ୍ଥାପିତ ସହାୟତା ସମିତିର ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିସ୍ଥାପିତଙ୍କ ୯ ଦଫା ଦାବୀ ଯଥା ବିସ୍ଥାପିତଙ୍କୁ ଅତିଶିଘ୍ର ଅନୁକମ୍ପା ରାଶି ପ୍ରଦାନ, ୦୧/୦୨/୨୦୧୪ ସୁଦ୍ଧା କଟ ଅଫ ଡେଟ ମୁତାବକ ଯଥା ଶିଘ୍ର ଉଚିତ ଯୁବକ ଯୁବତୀଙ୍କୁ ଥଇଥାନ ରାଶି ପ୍ରଦାନ, ଜମିର କ୍ଷତିପୂରଣ ଅଗ୍ରାଧିକାର ଭିତିରେ ତୁରନ୍ତ ପ୍ରଦାନ, ଜଳ ସମ୍ପଦ ବିଭାଗ ପତ୍ର ସଂଖ୍ୟା ଆର/ଆର ୬୫/୧୨/୪୪୩୩ ତା. ୧୪.୦୨.୨୦୧୩ ରିଖ ପ୍ରତିଶ୍ରୃତିର ତୁରନ୍ତ କାର୍ଯ୍ୟକାରୀ କରାଯିବ, ବିସ୍ଥାପିତଙ୍କ ବସତି ସ୍ଥାନ ମାନଙ୍କରେ ରାସ୍ତା, ପାନୀୟଜଳ, ବିଦୁ୍ୟତ ବ୍ୟବସ୍ଥା କରାଯିବା, ଏଫଆରଏଲ ବାହାରେ ଥିବା ନିଜସ୍ୱ ଜମିଙ୍କୁ ବିସ୍ଥାପିତଙ୍କୁ ଫେରସ୍ତ କରାଯିବା, ଡ୍ୟାମ ସାଇଟରେ ଥିବା ଜଲେଶ୍ୱର ମନ୍ଦିର ପରିସରରେ ଆନୁସାଙ୍ଗିକ ଉନ୍ନତି କରଣ କରାଯିବା, ବିସ୍ଥାପିତଙ୍କ ଜୀବନ ଜୀବିକା ପାଇଁ ଖଡିଆଳ ଇରିଗେସନ କଲୋନି ଠାରେ ଥିବା ୧୨ ଗୋଟି ଦୋକାନ ଗୃହକୁ ବିସ୍ଥାପିତଙ୍କୁ ଦିଆଯିବା, ବିସ୍ଥାପିତଙ୍କ କ୍ଷତିପୂରଣ ଓ ଥଇଥାନ ସହାୟତା ରାଶି ପ୍ରଦାନ ନିମିତ ସ୍ୱତନ୍ତ୍ର ଭୂ-ଅର୍ଜନ ଓ ପ୍ରକଳ୍ପ ନିଦେ୍ର୍ଧଶକଙ୍କ କାର୍ଯ୍ୟଳୟରେ ଅଧିକ ସଂଖ୍ୟାରେ ଅମିନ ଓ ରାଜସ୍ୱ ନିରୀକ୍ଷକ ନିଯୁକ୍ତି କରିବା ପ୍ରମୁଖ ୯ ଗୋଟି ଦାବୀ ରହିଛି । ଏଥିରେ ବିଧାୟକଙ୍କ ସହ ଲୋୟଇ ଇନ୍ଦ୍ର ବିସ୍ଥାପିତ ସହାୟତା ସମିତିର ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ, ଧୃବ ଦଳ, ସରପଂଚ କୃଷ୍ଣଚନ୍ଦ୍ର ବେହେରା ଉପସ୍ଥିତ ଥିଲେ ।
Related Stories
April 26, 2024