ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ପଶ୍ଚିମ ଓଡିଶା ବିକାଶ ପରିଷଦ ପ୍ରସଙ୍ଗରେ ବିଧାନସଭାରେ ନିଜର ସ୍ୱର ଉତୋଳନ କରିଛନ୍ତି । ସମସଗ୍ର ପଶ୍ଚିମ ଓଡିଶାକୁ ବାର୍ଷିକ ୧୦୦ କୋଟି ଟଙ୍କାର ବଜେଟ କରି ପଶ୍ଚିମ ଓଡିଶା ଲୋକଙ୍କୁ ସରକାର ଲଲିପପ୍ ଦେଖାଉଛନ୍ତି । ରାଜ୍ୟ ସରକାର ଏହି ପରିଷଦର ବାର୍ଷିକ ବଜେଟ ୫୦୦ ରୁ ୧୦୦୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଦାବୀ କରିଥିଲେ । ସେହିପରି ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟାଳୟ ଉପକୂଳ ଓଡିଶାରେ ନରହି ପଶ୍ଚିମ ଓଡିଶାର ଯେ କୌଣସି ସ୍ଥାନରେ ସ୍ଥାନାନ୍ତର କରାଯିବାକୁ ଦାବୀ କରିଥିଲେ । ଏହାସହ ଆମ ଅଂଚଳର ମୁଖ୍ୟ ସମସ୍ୟାକୁ ପଶ୍ଚିମ ଓଡିଶା ବିକାଶ ପରିଷଦ କେବେ ଚେଷ୍ଟା କରିନଥିବା ବେଳେ ଶିଳ୍ପ ପ୍ରତିÂାନ ପ୍ରତିÂା, ବେକାର ଯୁବକ ଯୁବତୀଙ୍କୁ ରୋଜଗାର, ଅଣ ଜଳସେଚିତ ଚାଷିଙ୍କୁ ଅଣଦେଖା, ପିଆଜ, ଟମାଟୋର ଅଭାବି ବିକ୍ରି ପ୍ରମୁଖ ପ୍ରସଙ୍ଗରେ ପ୍ରଶ୍ନ କରି ସମାଧାନ ଦାବୀ କରିଛନ୍ତି ବିଧାୟକ ଶ୍ରୀ ପାଣିଗ୍ରାହୀ । ଇତିପୂର୍ବେ ବିଧାନସଭା ଅଧରବେଶନରେ ମଧ୍ୟ ବିଧାୟକ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରି ଦବୀ କରିଥିଲେ । ବିଧାୟକଙ୍କ ଏଭଳି ପ୍ରଶଂସନୀୟ କାର୍ଯ୍ୟକୁ ଖଡିଆଳ ଅଂଚଳର ବୁଦ୍ଧିଜୀବୀ ସ୍ୱାଗତ କରିଛନ୍ତି ।
Related Stories
December 26, 2024