ଧର୍ମଶାଳା – ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଶନିବାର ଦିନ ୨ଗୋଟି ବିଦ୍ୟାଳୟରେ ଅଘଟଣ ଘଟିଥିଲା । ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା ଓ ଝିଟିପିଟି ପଡିଥିବା ଖାଦ୍ୟ ଖାଇ ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଚକିତ୍ସିତ ହୋଇ ଫେରିଥିଲେ । ଏହି ଘଟଣାକୁ ନେଇ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏବଂ ଏହି ଘଟଣାରେ ଶିକ୍ଷାବିଭାଗ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅବିଭାବକ ମହଲରେ ଦାବି ହୋଇଥିଲା । ଫଳରେ ଆଜି ବ୍ଲକ ଶିକ୍ଷାଅଧିକାରୀ ପ୍ରଫୁଲ୍ଲ ବେହେରା ଅଭୟପୁର ପଂଚାୟତସ୍ଥ ବମ୍ପୁ-ମଙ୍ଗରାଜପୁର ନୋଡାଲ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କିରଣବାଳା ମିଶ୍ରଙ୍କୁ ନିଳମ୍ବିତ କରିଛନ୍ତି । ଏହି ବିଦ୍ୟାଳୟରେ ଶନିବାର ଦିନ ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା ଖାଇ ୩ ଜଣ ଛାତ୍ର ଆହତ ହୋଇ ମେଡିକାଲରେ ଭର୍ତି ହେବା ସହିତ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଅନ୍ୟପକ୍ଷେ ଏହି ଶନିବାର ଦିନ ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ଶ୍ରୀବନ୍ତପୁର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ସମୟରେ ରୋଷେଇ ଦାୟିତ୍ୱରେ ଥିବା ପାଚିକାଙ୍କ ଅସାବଧାନତା ହେତୁ ଖାଦ୍ୟରେ ଝିଟିପିଟି ପଡିଯାଇଥିଲା । ଏହି ବିଦ୍ୟାଳୟର ୪୨ଜଣ ଛାତ୍ରଛ୍ରାତ୍ରୀ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡିଥିଲେ । ଖାଦ୍ୟରେ ଝିଟିପିଟି ପଡିଥିବା ଜଣାପଡିଥିଲା । ଏହି ଖାଦ୍ୟ ଖାଇ ମୁଣ୍ଡ ବୁଲାଇବାରୁ ୧୨ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅବିଭାବକମାନେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପରେ ଅନ୍ୟ ୩୦ ଜଣଙ୍କୁ ଶିକ୍ଷକମାନେ ୧୦୮ ଆମ୍ବୁଲାନସ୍ ଯୋଗେ ଏହି ମେଡିକାଲକୁ ପଠାଇଥିଲେ । ସେମାନଙ୍କୁ ଚିକିତ୍ସା କରାଯାଇ ପରେ ସୁସ୍ଥ ହେବା ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା । ହେଲେ ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ଜଣାପଡିଛି ।
Related Stories
December 26, 2024