
ନୂଆପଡା – ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବାଦୀ ଗ୍ରାମ ଠାରେ ପଂଚସଖା ଯୁବକ ସଂଘ ଓ ବିଜୁ ଯୁବ ବାହିନୀର ମିଳିତ ଆନୁକୁଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସୋମବାର ଅନୁÂିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ମୋଟ ୨୭ ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା । ଏଥିରେ ନୂଆପଡା ଉପ ଜିଲ୍ଲାପାଳ ତରଣୀସେନ ନାଏକ, ଖଡିଆଳ ଥାନାଧିକାରୀ କୈଲାସ ଚନ୍ଦ୍ର ସେଠୀ ଅତିଥି ବାବରେ ଯୋଗଦାନ କରିଥିଲେ । ପଂଚସଖା ଯୁବକ ସଂଘର ସଭାପତି ପରିକ୍ଷୀତ ସତନାମୀ, ସମ୍ପାଦକ ଲକ୍ଷ୍ମଣ ସତନାମୀ, ବିଜୁ ଯୁବ ବାହିନୀର ଜିଲା ସଂଯୋଜକ ମୁକେଶ ଯୋଷୀ, ବ୍ଲକ ସଂଯୋଜକ ସଞ୍ଜୟ ନାଏକ, ଜିଲା ପ୍ରୋଜେକ୍ଟ ଅଫିସର ବିନୋଦ ନାଏକ, ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଲମ୍ବୋଦର ନିଆଲ, ସାଓଲିନ କ୍ଲବ ସଭାପତି ଅତୁଲ୍ୟ କୁମାର ସେଠୀ ପ୍ରମୁଖଙ୍କ ନେତୃତ୍ୱରେ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା ।