ବଲାଙ୍ଗିର, ବଲାଙ୍ଗିର ପଥରଚେପା ଆଦର୍ଶ ବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଛୋଟେଲାଲ ଦେବତା ଆଧୁନିକ ସମାଜରେ ଶିକ୍ଷକଙ୍କ ଭୂମିକା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ଛାତ୍ରଛାତ୍ରୀ ମାନଙ୍କୁ ଗୁରୁ ଶିଷ୍ୟ ପରମ୍ପରା ବିଷୟରେ ଅବଗତ କରାଇ ଏହି ମହନୀୟ ପରମ୍ପରାକୁ ଭବିଷ୍ୟତରେ ମଧ୍ୟ ବଢାଇବା ପାଇଁ ଆହ୍ବାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଛୋଟେଲାଲ ଦେବତାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା। ସମ୍ବର୍ଦ୍ଧିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଭବିଷ୍ୟତ ଉଜ୍ଜଳମୟ ଓ ଆନନ୍ଦମୟ ହେଉ ବୋଲି କାମନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଗୁରୁ ପୂଜନ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଅଜ୍ଞାନ ରୂପକ ଅନ୍ଧକାରକୁ ଆଲୋକିତ କରିବା ସହ ପ୍ରତ୍ୟେକ ମଣିଷର ପଥ ପ୍ରଦର୍ଶନ ଯିଏ କରିଥାନ୍ତି ସେ ହେଉଛନ୍ତି ଗୁରୁ । ତେବେ ସେହି ଗୁରୁଙ୍କୁ ଯଥୋଚିତ ସମ୍ମାନ ଦେବା ଉଦ୍ଦେଶ୍ୟରେ ପୂଜ୍ୟପୂଜା ସମାରୋହରେ ପ୍ରତିବର୍ଷ ଏହି ବିଦ୍ୟାଳୟରେ ଜଣେ ବିଶିଷ୍ଟ ଗୁରୁଙ୍କୁ ସମ୍ମାନିତ କରିବା ପାଇଁ ଅଧ୍ୟକ୍ଷ ପ୍ରସ୍ତାବ ଦେଇଥିଲେ ।
ଉତ୍ସବରେ ସ୍କୁଲର ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରି ଧୂପ ଦୀପ ପ୍ରଜ୍ବଳନ କରିଥିଲେ ।