![](https://indokalingtimes.com/wp-content/uploads/2019/11/IMG-20191118-WA0025.jpg)
ଭଞ୍ଜନଗର – ଭଞ୍ଜନଗର ଉପ ଖଣ୍ଡ ଡାକ୍ତର ଖାନା ପରିସରରେ ଥିବା ଶଙ୍କର ମେଡିକାଲ ଷ୍ଟୋର କୁ ଆଜିପୁଣି ଥରେ ପ୍ରଶାସନ ତରଫରୁ ବନ୍ଦ କରିଦିଆ ଯାଇଛି । ଗତ ମାସରେ ଆବଶ୍ୟକୀୟ କାଗଜପତ୍ର ନଥିବାରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,ଏସ.ପି ବ୍ରିଜେଶ ରାୟ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଏହି ଔଷଧ ଦୋକାନ କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ କିଛିଦିନ ପରେ ଦୋକାନ ମାଲିକ ପୁଣି ମିଥ୍ୟା କାଗଜପତ୍ର ଦେଖାଇ ଦୋକାନ ଖୋଲିଥିଲେ।ହେଲେ ଏସମ୍ପର୍କରେ ଖବର ପାଇ ଗଞ୍ଜାମ ଜିଲ୍ଲାପାଳ ଆଜି ଭଞ୍ଜନଗର ଗସ୍ତରେ ଆସିଥିବା ବେଳେ ପୁଣି ସେହି ଦୋକାନ କୁ ଯାଇ କାଗଜପତ୍ର ଯାଞ୍ଚ କରି ତାହା ନକଲି ବୋଲି ଜାଣିପାରି ତୁରନ୍ତ ଦୋକାନ କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ନଚେତ ତାଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚେତାବନୀ ଦେଇଥିଲେ ।ଫଳରେ ବାଧ୍ୟ ହୋଇ ଦୋକାନ ମାଲିକ ନିଜ ଦୋକାନରେ ତାଲାପକେଇଥିଲେ।ଚଢ଼ାଉ ବେଳେ ଜିଲ୍ଲାପାଳ ଙ୍କ ସହ ବହୁ ଉପରିସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ।