କୋରେଇ – କୋରାଇ ବ୍ଲକ ଅନ୍ତର୍ଗତ ତଣ୍ଡରା ପଂଚୟତରେ ସରପଂଚଙ୍କ ବିରୁଦ୍ଧରେ ଅଣାଯାଇଥିବା ଅନାସ୍ଥା କୋରମ ଅଭାବରୁ କାଟ ଖାଇବା ପରେ ଉଭୟ ଗୋÂୀ ମଧ୍ୟରେ ବିବାଦ ଲାଗିରହିଛି । ୧୫ ତାରିଖ ଭତା ବାରି ଥିବା ବେଳେ କେହି ଦୃର୍ବୃତ ତାଲା ପାକଇବା ଯୋଗୁ ୪ଶହରୁ ଉର୍ଦ୍ଧ ଭତାଧିକାରୀ ଖରାରେ ବସି ରହିଥିଲେ । ପୁଲିସ ଉପସ୍ଥିତରେ ତାଲା ଭଙ୍ଗାଯିବା ପରେ ଭତା ବଂଟନ ସ୍ୱଭାବିକ ହୋଇଥିଲା । ଏ ସର୍ମ୍ପକରେ କୋରାଇ ବିଡିଓ ତରଣୀ ସେନ ପଟ୍ଟନାୟକ ପାଣିକୋଇଲି ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ୧୨୩/୧୯ରୁଜ୍ଜୁ ହୋଇ ତଦନ୍ତ ଜାରି ରହିଛି । ଏହି ଘଟଣାରେ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ତାହାର ଖୁବ ଶିଘ୍ର ରହସ୍ୟ ଉନ୍ମୋଚନ କରାଯିବ । ଅପରପକ୍ଷେ ଏହି ଘଟଣାକୁ ନେଇ ଉତେଜନା ଲାଗିରହିଛି । ପଂଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଚାପାନ ଦୋକାନକୁ ତାଲା ପକାଇବା ନେଇ ଶଙ୍ଖଚିଲା ଫାଣ୍ଡିରେ ଅଭିଯୋଗ ଦୋକାନି ମହେଶ୍ୱର ବେଜଙ୍କ ସ୍ତ୍ରୀ ନନ୍ଦିନୀ ଅଭିଯୋଗ କରିଛି । ଅଭିଯୋଗ ମୁତାବକ ତଣ୍ଡରା ଗ୍ରାମର ବିଶ୍ୱନାଥ ସେଠୀ, ତାଙ୍କ ସ୍ତ୍ରୀ କୁମୁଦି ସେଠୀ ଓ ପୁଅ ରବିନ୍ଦ୍ର ସେଠୀ ଆଜି ସକାଳ ୭ଟା ବେଳେ ଦୋକାନ ନିକଟରେ ପହଂଚି ଅଶ୍ଳୀଳ ଗାଳିଗୁଲଜ କରିବା ସହ ମାଡ ମରିବାର ଧମକ ଦେଇ ଦୋକାନରେ ତାଲା ପକାଇଥିଲେ । ଜୀବନର ସୁରକ୍ଷା ପାଇଁ ଫାଣ୍ଡିରେ ଜଣାଇଥିବା କହିଛନ୍ତି ନନ୍ଦିନୀ ।
Related Stories
November 24, 2024
November 24, 2024