
ନୂଆଦିଲ୍ଲୀ, ଗତକାଲି ଆଇଏନଏସ ବିକ୍ରାନ୍ତରେ ଆରୋହଣ କରିବାର ଗୌରବକୁ ପ୍ରଧାନମନ୍ତ୍ରୀ ଶେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଆଇଏନଏସ ବିକ୍ରାନ୍ତରେ ଆରୋହଣ କରିବାର ଗୌରବ ସମ୍ପର୍କରେ ଉଲ୍ଲେଖ କରିବା ସହ ଏକ ଭିଡିଓ ଶେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି,
“ଭାରତ ପାଇଁ ଏକ ଐତିହାସିକ ଦିନ ! ଗତକାଲି ଆଇଏନଏସ ବିକ୍ରାନ୍ତରେ ଆରୋହଣ କରିବାର ଗର୍ବିତ ଭାବନାକୁ ଶବ୍ଦରେ ପ୍ରକାଶ କରି ହେବନାହିଁ ।”