-
ଦୁଇ ଦିନରେ ଗଲାଣି ୨ ଶିଶୁଙ୍କ ଜୀବନ
ମାଲକାନଗିରି, ମାଲକାନଗିରି ପଡ଼ିଆ ବ୍ଳକ କାଲଦାପଲ୍ଲୀ ପଞ୍ଚାୟତ କୋଲାଗଣ୍ଡା ସେବାଶ୍ରମରେ ଦୁଇ ଦିନରେ ୨ ଛାତ୍ରଙ୍କ ମୃତ୍ୟୁ ସହ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗୋଡ଼ ହାତ ଫୁଲିଯିବା ସହିତ ଜ୍ଵରରେ ପୀଡିତ ହୋଇ ପ୍ରାଣ ହରାଉଛନ୍ତି ଛାତ୍ର । ପଡ଼ିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ୪ ଜଣ ଛାତ୍ରଛାତ୍ରୀ ଚିକିତ୍ସିତ ହେଉଥିବା ବେଳେ ୩ ଜଣଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପଡ଼ିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମାଲକାନଗିରି ଡାକ୍ତରଖାନାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ରଙ୍କ ଲକ୍ଷଣ ସହ ଆକ୍ରାନ୍ତ ଛାତ୍ରଙ୍କ ପାଖରେ ମଧ୍ୟ ସେହି ସମାନ ଲକ୍ଷଣ ଦେଖିବାକୁ ମିଳିଛି । ଏବେ ଯେଉଁ କିଛି ଆକ୍ରାନ୍ତ ଛାତ୍ର ରହିଛନ୍ତି ସେମାନେ ସୁସ୍ଥ ଥିବା ଜଣାପଡ଼ିଛି । ସେପଟେ ସପ୍ତାହକ ତଳେ ପାଣ୍ଡ୍ରିପାଣି ସେବାଶ୍ରମରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ତା ସହିତ ନନ୍ଦିନୀଗୁଡା ସେବାଶ୍ରମରୁ ମଧ୍ୟ ଜଣେ ଛାତ୍ରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।