-
ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୨୭୬୫୭ କୁ ବୃଦ୍ଧି : ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୫୪
ଭୁବନେଶ୍ଵର, ରାଜ୍ୟରେ ଗୋଟିଏ ଦିନରେ ୨୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୨୭୬୫୭ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ୨୭୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୨ ଜଣ କ୍ଵାରେଂଟାଇନ (ସଙ୍ଗରୋଧ)ରୁ ଏବଂ ୧୧୩ ଜଣ ଲୋକାଲ୍ କଂଟାକ୍ଟ (ସ୍ଥାନୀୟ ସମ୍ପର୍କ)ରୁ ରହିଛନ୍ତି । ସେହିପରି ୦ ରୁ ୧୮ ବର୍ଷ ମଧ୍ୟରେ ୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ନୂଆ ୩୦୨ ଜଣ ସୁସ୍ଥ ହେବା ପରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୬୪୭୪ ରେ ପହଂଚିଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୫୪ ରହିଛି ।
ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୨୭୫ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ଵର ଜିଲ୍ଲାରେ ୧୨, ବରଗଡ଼ ଜିଲ୍ଲାରେ ୧୦, ଭଦ୍ରକ ୩, ବଲାଙ୍ଗିର ୯, ବୌଦ୍ଧ ଜିଲ୍ଲାରେ ୨, କଟକ ଜିଲ୍ଲାରେ ୨୯, ଦେବଗଡ ଜିଲ୍ଲାରେ ୨, ଗଞ୍ଜାମ ଜିଲ୍ଲାରେ ୩ ଜଣ, ଜଗତସିଂହପୁର ଜିଲ୍ଲାରେ ୪, ଯାଜପୁର ଜିଲ୍ଲାରେ ୮, ଝାରସୁଗୁଡ଼ା ଜିଲ୍ଲାରେ ୨, କଳାହାଣ୍ଡି ଜିଲ୍ଲାରେ ୭, କେନ୍ଦ୍ରାପଡ଼ା ଜିଲ୍ଲାରେ ୧, କେନ୍ଦୁଝର ଜିଲ୍ଲାରେ ୫ ଏବଂ ଖୋର୍ଦ୍ଧା ଜିଲ୍ଲାରେ ୬୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ୧, ମୟୁରଭଞ୍ଜ ଜିଲ୍ଲାରେ ୭, ନବରଙ୍ଗପୁର ଜିଲ୍ଲାରେ ୧୩, ନୟାଗଡ ଜିଲ୍ଲାରେ ୫, ନୂଆପଡ଼ା ଜିଲ୍ଲାରେ ୭, ପୁରୀ ଜିଲ୍ଲାରେ ୮, ରାୟଗଡ଼ା ଜିଲ୍ଲାରେ ୩, ସମ୍ବଲପୁର ଜିଲ୍ଲାରେ ୧୦, ସୋନପୁର ଜିଲ୍ଲାରେ ୩, ସୁନ୍ଦରଗଡ ଜିଲ୍ଲାରେ ୪୨ ଓ ଷ୍ଟେଟ ପୁଲରେ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।