ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଛତ୍ରପୁର ରିକାପଲ୍ଲୀ ରେଳ ଫାଟକ ନିକଟ ରେଳ ଧାରଣା ଉପରୁ ଜଣେ ନାବାଳିକାର ମୃତଦେହକୁ ବ୍ରହ୍ମପୁର ଜିଆରପି ପୋଲିସ ଉଦ୍ଧାର କରିଛି ।
ଆଜି ସକାଳେ ରେଳ ଧାରଣା ଉପରେ ନାବାଳିକାର ଶବ ପଡିଥିବା ଖବର ପାଇ ବ୍ରହ୍ମପୁର ଜିଆରପି ଘଟଣାସ୍ଥଳରେ ପହଂଚି ଶବ ଜବତ କରିଛି । ନାବାଳିକା ଜଣକ ଶୌଚ କରିବାକୁ ଯାଇଥିବା ବେଳେ କୌଣସି ଟ୍ରେନ୍ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଜିଆରପି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି । ନାବାଳିକାଙ୍କ ଘର ପୁରୀ ଜିଲ୍ଲା କୋମଣ୍ଡ ଅଂଚଳରେ ହୋଇଥିବା ବେଳେ ସେ ସପରିବାର ଛତ୍ରପୁର ସ୍ଥିତ କନଜରଭେସନ କଲୋନୀରେ ରହୁଥିଲେ ।