ଭଦ୍ରକ – ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ବୁଧୁପୁରରେ ଭୁଜାଲି ମାଡ େଯାଗୁଁ ଦୁଇଜଣ ଯୁବକ ଗୁରୁତର ହୋଇଥିବାର ସୂଚନା ମିଳିଛି। ଏହି ଦୁଇଜଣ ଗୁରୁତର ଯୁବକ ହେଲେ ଗତିକାନ୍ତ ଜେନା ଓରଫ ପପୁ ଓ ବାପି ପଣ୍ଡା ବୋଲି ଜଣାପଡିଛି। ପ୍ରାପ୍ତ ଖବର ମୂଳେ ଜମିବାଡି ଗଣ୍ଡଗୋଳକୁ ନେଇ ଉପରୋକ୍ତ ଗ୍ରାମର ମୁରଲୀ ସାହୁଙ୍କ ସହ ପୂର୍ବରୁ ବିବାଦ ରହିଥିଲା। ମାତ୍ର ସ୍ଥାନୀୟ ଭଦ୍ରଲୋକଙ୍କ ଉଦ୍ୟମ କ୍ରମେ ତାହା କିଛିଦିନ ତଳେ ଆପୋଷ ସମାଧାନ ହୋଇଥିଲା। ମାତ୍ର ଆଜି ବୁଧୁପୁର ରାସ୍ତାରେ ଯାଉଥିବାବେଳେ ମୁରଲୀ ସାହୁଙ୍କୁ ଉପରୋକ୍ତ ଦୁଇଜଣ ଯୁବକ ଆକ୍ରମଣ କରିଥିଲେ। ଫଳରେ ତାଙ୍କୁ ପ୍ରଥମେ ଭଦ୍ରକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ି କରାଯାଇଛି। ଆହତ ଗତିକାନ୍ତ ଜେନାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ଡାକ୍ତରଖାନା ପଠାଯାଇଥିବାବେଳେ ମୁରଲୀ ସାହୁଙ୍କ ପତ୍ନୀ ଓ କନ୍ୟାଙ୍କୁ ଅପରପକ୍ଷ ଗାଳିଗୁଲଜ କରିବା ସହିତ ତାଙ୍କ ଘରର ଆସବାବ ପତ୍ର ଭଂଗାରୁଜା କରିଥିବା ନେଇ ଅଭିେଯାଗ ହୋଇଛି। ଏବଂ ଏ ସଂପର୍କରେ ସେମାନେ ଥାନାରେ ଅଭିେଯାଗ କରିବା ପରେ ପୁଲିସ୍ ଘଟଣାସ୍ଥଳରେ ପହô ତଦନ୍ତ ଆରମ୍ଭ କରିଛି।
Related Stories
November 23, 2024