
ଭଦ୍ରକ – ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ୨୦୦୧ ମସିହାରେ ସର୍ବଶିକ୍ଷା ଅଭିଯାନ ପ୍ରଚଳନ ହୋଇଥିଲା। ଏଥିପୂର୍ବରୁ ବ୍ଲାକ୍ ବୋର୍ଡ ଅଭିଯାନ ମଧ୍ଯ ଆରମ୍ଭ ହୋଇଥିଲା। ତେବେ ଏହି ସର୍ବଶିକ୍ଷା ଅଭିଯାନରେ ସରକାରୀ ସ୍ତରରେ ବର୍ଷକୁ କୋଟି କୋଟି ଟଙ୍କା ବ୍ୟୟ ହେଉଥିଲେ ମଧ୍ଯ ଏହାର ସଠିକ୍ ସୁଫଳ ମିଳିପାରୁନଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ୭ଟି ବ୍ଲକ୍ର ବିଭିନ୍ନ ସ୍ଥାନରେ କେନ୍ଦ୍ର ସାଧନ ସଂେଯାଜକ (ସିଆରସିସି) ମାନେ କାର୍ଯ୍ୟ କରୁଛନ୍ତି। ମାତ୍ର ଜଣେ ଦୁଇଜଣଙ୍କୁ ଛାଡିଦେଲେ ଅନ୍ୟ ସିଆରସିସି ମାନେ ସେମାନଙ୍କ କାର୍ଯ୍ୟକୁ ଠିକ୍ ଭାବରେ ତୁଲାଉନାହାଁନ୍ତି। ଏପରିକି ବହୁ କ୍ଲଷ୍ଟର ସିଆରସିସି ବିଭିନ୍ନ ଆଳ ଦେଖାଇ ପ୍ୟାରେସ୍ ସ୍କୁଲକୁ ମାସାଧିକ କାଳ ଯାଉନାହାଁନ୍ତି। ଅଭିଜ୍ଞତା କମ୍ ଥିବା ଶିକ୍ଷକଙ୍କୁ ଏହି ଦାୟିତ୍ବ ଦିଆଯାଉଥିବାରୁ ବାସ୍ତବ କାର୍ଯ୍ୟାବଳୀ ସଂପର୍କରେ ସେମାନେ ଜାଣିପାରୁନାହାଁନ୍ତି। ଯାହାଫଳରେ ଉକ୍ତ ପଦବୀର ମର୍ଯ୍ୟାଦା ହାନି ହେବା ସହ ଏହାର ସଫଳତା ମୂଳଲକ୍ଷ୍ୟ ଠାରୁ ଦୂରେଇ ଯାଉଛି। ଏଣୁ କେଉଁ ଆଧାରରେ ଏହି ସିଆରସିସି ମାନଙ୍କୁ ନିଯୁକ୍ତି ମିଳୁଛି ଓ ସେମାନେ ସେମାନଙ୍କ କାର୍ଯ୍ୟ କରୁଛନ୍ତି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମାସକୁ ୧୦ଟି ସ୍କୁଲ ତନଖô କରିବା, େଯଉଁଦିନ େଯଉଁ ସ୍କୁଲରେ ମଡେଲ୍ ପାଠ ପଢାଇବେ, ସେଠାରେ ସଂପୂର୍ଣ୍ଣ ଭାବେ ରହିବା, େଯଉଁ ସ୍କୁଲରେ କମ୍ ସଂଖ୍ୟକ ଶିକ୍ଷକ ଅଛନ୍ତି, ସେଠାରେ ଅଧିକ ସମୟ ଦେବା, ସ୍କୁଲ କ୍ୟାସ୍ବୁକ୍ ସମେତ ଅନ୍ୟାନ୍ୟ କାଗଜପତ୍ର ନିଜେ କରାଇନେବା, ମଧ୍ଯାହ୍ନ ଭୋଜନ ଯା ସହ ଏହାର କାଗଜପତ୍ର ପ୍ରସ୍ତୁତିରେ ଶିକ୍ଷକମାନଙ୍କୁ ସହାୟତା କରିବା, ପ୍ରତି ମାସର ସମୀକ୍ଷା ବୈଠକରେ ପ୍ରତି ସ୍କୁଲର ଉନ୍ନତିମୂଳକ କାର୍ଯ୍ୟ ସଂପର୍କରେ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଅବଗତ କରାଇବା ଏବଂ ସ୍କୁଲ ଗୁଡିକୁ ସୁପରିଚାଳନା କରିବା ଭଳି ବହୁ କାର୍ଯ୍ୟ ଏହି ସିଆରସିସିମାନେ ସଂପାଦନ କରିବା କଥା। ମାତ୍ର ଏହି ଜିଲାରେ ଉପରୋକ୍ତ କାର୍ଯ୍ୟଗୁଡିକୁ ସଂପୃକ୍ତ ସିଆରସିସିମାନେ କରୁନଥିବା ନେଇ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଅଭିେଯାଗ ହୋଇଛି। ଏଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।