
ଜୟପୁର , ମହିଳା ଙ୍କୁ ନିର୍ଯ୍ୟାତନା ଦେଉଥିବା ନେଇ ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି । ଜୟପୁର ସହରର ଜେଲ ରୋଡର ସୁକାନ୍ତି ରଥ ମହିଳା ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ପତ୍ର ରେ ଉଲ୍ଲେଖ କରିଛନ୍ତି ଯେ ଗତ ୫ ବର୍ଷ ତଳେ ସେ ପ୍ରବିଣ କୁମାର ଦାସ କୁ ବିବାହ କରିଥିଲେ । ବିବାହର ମାତ୍ର ୭ ଦିନ ଭଲରେ କଟିଥିବା ବେଳେ ସୁକନ୍ତି ଜାଣି ପାଇଲେ ଯେ ସୁଙ୍କିର ଜଣେ ଯୁବତି ଙ୍କ ସହ ତାଙ୍କ ସ୍ୱାମୀର ସମ୍ପର୍କ ରହିଛି । ସେ ଯେତେ ବେଳେ ଏହାକୁ ସ୍ତ୍ରୀ ବିରୋଧ କଲେ ସ୍ୱାମୀ ଶାରିରିକ ଓ ମାନସିକ ନିଯ୍ୟାତନା ଦେବା ଆରମ୍ବ କଲେ । ସ୍ୱାମୀଙ୍କର ମାଡରେ ସ୍ତ୍ରୀ ଙ୍କ ଗର୍ଭବାତ ମଧୟ ହୋଇ ଥିବା ସେ ଉଲ୍ଲେଖ କରିଛନ୍ତି । ଏନେଇ ଅଭିଯୋଗକୁ ଗୁରତର ସହ ମହିଳା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ବ କରି ଥିବା ମହିଳା ଥାନା ଅଧିକାରି ମମତା ପାଣିଗ୍ରାହୀ ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି ।