ଜୟପୁର – କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କୁନ୍ଦ୍ରଗୁଡ଼ା ନିକଟସ୍ଥ କାଜୁ ମିଲ୍ ପଛ ପଟେ ଥିବା ଏକ ଗଛରେ ବେକରେ ଓଢଣା ଦେଇ ଦୁଇ ଜଣ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଲେ ନୂଆ କୁନ୍ଦ୍ରଗୁଡ଼ାର ରଘୁନାଥ ଗୌଡ଼ ବୟସ 17 ବୋଲି ଜଣାପଡିଛି। ଝିଅ ମଧ୍ୟ ସେହି ଗ୍ରାମର ଲଷ୍ମୀ ଗୌଡ଼ ବୟସ 15 ।
ପରିବାର ଲୋକେ କହିବା ଅନୁଯାୟୀ ଗତକାଲି ରାତି ପ୍ରାୟ 9ଟା ସମୟରେ ରଘୁନାଥ ଘରେ ରାତ୍ରିଭୋଜନ କରିଥିଲା । ଏହାପରେ ସେ କୌଣସି କାମରେ ପଦାକୁ ଯାଇଥିବା ବେଳେ ରାତିରେ ଆଉ ଘରକୁ ଫେରି ନଥିଲା। ଆଜି ସକାଳୁ ସକାଳୁ କିଛି ଗାଈ ଚରାଳି ଗାଁ ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଘଟଣାସ୍ଥଳରେ ବୋରିଗୁମ୍ମା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ଏହା ଏକ ପ୍ରେମଜନିତ ଆତ୍ମହତ୍ୟା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୋଲିସ କହିଛି।