ଜୟପୁର – ତରୁଣ ପ୍ରଜ୍ଞାଭାରତୀର ଏକତ୍ରିଂଶତମ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କର୍ଣ୍ଣେଲ ସରୋଜ କୁମାର ମାଟି, ମୁଖ୍ୟବକ୍ତା ଭାବେ ସ୍ୱାମୀ ଭାସ୍କର ତୀର୍ଥ ସରସ୍ୱତୀ, ତରୁଣ ପ୍ରଜ୍ଞାଭାରତୀର ଅଧ୍ୟକ୍ଷ ଗଙ୍ଗାଧର ନନ୍ଦ, ସମ୍ପାଦକ ଯଜେ୍ଞଶ୍ୱର ପଣ୍ଡା ଉପସ୍ଥିତ ରହିଥିଲେ । ପୁରସ୍କାର ବିତରଣ ଉତ୍ସବରେ ଉମରକୋଟର ବିଶିଷ୍ଟ ସମାଜସେବୀ ଓ ସାହିତ୍ୟିକ ସୁରେନ୍ଦ୍ର ନାଥ ଦାଶ, ବରଗଡର ଔପନ୍ୟାସିକ ମିନୁ ଦାଶ ଶର୍ମା, ପ୍ରତିରକ୍ଷା ବିଭାଗ ସନ୍ତୋଷ କୁମାର ପଣ୍ଡା, ସମାଜସେବୀ ଓ ବଂଶୀ ବାଦକ ଜି. ମହେଶ, ବୈଦିକଧର୍ମ ଶାସ୍ତ୍ରୀ ଗାନ୍ଦାଓାରାପ୍ରୁ କାଶୀପତି ଶର୍ମାଙ୍କୁ ପୁରସ୍କାର ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ତପନ କିରଣ ତ୍ରିପାଠି ଅତିଥିଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ଯଜେ୍ଞଶ୍ୱର ପଣ୍ଡା, କୃଷ୍ଣ କେଶବ ଷଡଙ୍ଗୀ, ଆର୍ଯ୍ୟ ରାଓଗୋପାଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଯଜେ୍ଞଶ୍ୱର ପଣ୍ଡା ବିବରଣି ପାଠ କରିଥିବା ବେଳେ ପ୍ରମୋଦ କୁମାର ରାଉଳ, ଗଙ୍ଗାଧର ନନ୍ଦ, ଅଶୋକ ମହାରଣା, ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ଶୁଭସ୍ମିତା ସାହୁ, ପୁଷ୍ପାଞ୍ଜଳି ସାହୁ ମାନପତ୍ର ପଠନ କରିଥିଲେ । ବିଜୟଲକ୍ଷ୍ମୀ ପାଣିଗ୍ରାହୀ ପୁଷ୍ପାଞ୍ଜଳୀ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ନିରଞ୍ଜନ ପାଣିଗ୍ରାହୀ, ଅଶୋକ ମହାରମା, ଅଶୋକ କୁମାର ପଲେଇ, ମାମିନୀ ଦାଶ, ଶୁଭସ୍ମିତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ପ୍ରାୟ ୭୦ ଜଣ ଭାଗ ନେଇଥିବା ବେଳେ, ପାହାଡ଼ ଚଢିଥିବା ୨୯୩ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଗୋମତୀ ବିଜ୍ଞାନ ପରୀକ୍ଷାରେ ୨୨ ଜଣ ପରୀକ୍ଷାର୍ଥିଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ବଂଶୀ କ୍ଲାରିଓନେଟ ବାଦକ ଏ.ଭି ରମଣ ସ୍ୱାମୀଙ୍କୁ ପୁରସ୍କୃୁତ କରାଯାଇଥିଲା ।
Related Stories
December 10, 2024