ଭୁବନେଶ୍ୱର, ସୁବର୍ଣରେଖା ନଦୀରେ ଗତ ଆଠ ଘଂଟା ହେବ ବନ୍ୟା ଜଳ ସ୍ଥିର ରହିଛି । ବସ୍ତା,ବାଲିଆପାଳ ସମେତ ତଳି ଅଞ୍ଚଳରେ ପାଣି ପଶିଛି । ସୁବର୍ଣ୍ଣରେଖାରେ କୌଣସି ଘାଇ ହୋଇ ନାହିଁ । ଜଳ ସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ ଏହି ସୂଚନା ଦେଇଛନ୍ତି । ଏକ ଉଚ୍ଚ ସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି ଉପରେ ସମୀକ୍ଷା କରିବା ପରେ ସେ ସାମ୍ବାଦିକ ମାନଙ୍କୁ ଏହି ସୂଚନା ଦେଇଛନ୍ତି । ଏହି ବୈଠକରେ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ସେ କହିଛନ୍ତି ଯେ ଅନ୍ୟ ନଦୀ ଗୁଡ଼ିକରେ ବନ୍ୟା ଜଳ କମିବା ଆରମ୍ଭ ହୋଇଛି । ରାଜ୍ୟ ସରକାର ବନ୍ୟା ପରିସ୍ଥିତି ଉପରେ ନଜର ରଖିଛନ୍ତି । ନୋ କାଜୁଆଲିଟିର ନୀତିକୁ ନେଇ ସରକାର କାମ କରୁଛନ୍ତି ।