ମାଲକାନଗିରି, ଓଡିଶା ସାହିତ୍ୟ ଏକାଡେମୀ ନାଁରେ ସାର୍ଟିଫିକେଟ ଭାଇରାଲ। ମାଲକାନଗିରି ଶାଖା ନାଁରେ ଭାଇରାଲ ହେଉଛି ସାର୍ଟିଫିକେଟ । ଯାହା ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଛି।
ଏହି ସାର୍ଟିଫିକେଟରେ ଯୁବ ସାମ୍ବାଦିକ ଧୀରେନ କୁମାର ମଲ୍ଲିକଙ୍କ ନାମ ରହିଥିବା ବେଳେ ସାର୍ଟିଫିକେଟରେ ମାଲକାନଗିରି ଶାଖା ଲେଖା ରହିଛି । ଏହା ସହ ମାଲକାନଗିରିର ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟଙ୍କ ମୋବାଇଲ ନମ୍ବର ରହିଛି । ଖାଲି ସେତିକି ନୁହେଁ, ଜିଲ୍ଲା ସାଧାରଣ ପରିଷଦ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନଙ୍କ ଦସ୍ତଖତ ରହିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟଙ୍କ ଦସ୍ତଖତ ରହିଛି । ଯାହା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ହେଲେ ଏଠାରେ ପ୍ରଶ୍ନ ଉଠୁଛି କଣ ଓଡିଶା ସାହିତ୍ୟ ଏକାଡେମୀ ମାଲକାନଗିରିରେ ଜିଲ୍ଲାରେ ଏକ ଶାଖା ଖୋଲିଛନ୍ତି କି ? ଓଡିଶା ସାହିତ୍ୟ ଏକାଡେମୀରେ ଜିଲ୍ଲା ଶାଖା ନାଁରେ ସାର୍ଟିଫିକେଟ ଦେବା ପାଇଁ ନିଷ୍ପତ୍ତି ହୋଇଛି କି ? ଯଦି ନାହିଁ ତାହା ହେଲେ କେଉଁ ପ୍ରଶାସନିକ ପାୱାରରେ ସାର୍ଟିଫିକେଟ ବାଣ୍ଟୁଛନ୍ତି ଓଡିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ ? କାହା ଇସାରାରେ ଚାଲିଛି ଏହି କାରବାର ? ଏଥିପାଇଁ ଟଙ୍କା କାରବାର ହୋଇନି ତ ? ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସ୍ଵାକ୍ଷର ଥିବା କଥା ଜିଲ୍ଲାପାଳ ଅବଗତ ଅଛନ୍ତି କି ନାହିଁ ? ଏ ବିଷୟରେ ଓଡିଶା ସାହିତ୍ୟ ଏକାଡେମୀ ସଭାପତି ଜାଣିଛନ୍ତି ନା ନାହିଁ ? ତେବେ ଏ କାରବାର ଭିତରେ ଯେଉଁ ଅଧିକାରୀ ଓ ସଦସ୍ୟ ମାନେ ଅଛନ୍ତି ଆଗାମୀ ଦିନରେ ତାଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।