
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲାରେ (ସିଙ୍ଗଲ୍ ୟୁଜ ପ୍ଲାଷ୍ଟିକ ) ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ ବ୍ୟବହାର ବନ୍ଦ ପାଇଁ ବଲାଙ୍ଗିର ଜିଲ୍ଲାପାଳ ନିଜାରତ ଶାଖା ପକ୍ଷରୁ ଆଦେଶ ନମ୍ବର ୪୫୯ ତାରିଖ ୨୦ ଅଗଷ୍ଟ ୨୦୨୦ ଅନୁସାରେ ସମଗ୍ର ଦେଶରେ ୧ ଜୁଲାଇ ୨୦୨୨ ରୁ ଥରେ ମାତ୍ର ବ୍ୟବହାର ପ୍ଲାଷ୍ଟିକ ବନ୍ଦ ପାଇଁ ନିର୍ଦ୍ଦେଶ ଥିବା ସତ୍ବେ ଏହାର ବ୍ୟବହାର ଚାଲିଛି। ଫଳସ୍ଵରୂପ ଜଳ ପରିଚାଳନା କ୍ଷେତ୍ରରେ ଅନେକ ଅସୁବିଧା ସହିତ ପରିବେଶରେ ଦୁର୍ଗତି ସୃଷ୍ଟି ହେଉଛି। ନିର୍ଦ୍ଦେଶନାମାରେ ପ୍ଲାଷ୍ଟିକ ପାନୀୟଜଳ ବୋତଲ ବନ୍ଦ କରିବା, ସଭାସମିତି ଉତ୍ସବରେ ତଥା ଅନ୍ୟାନ୍ୟ ଜନଗହଳିରେ ଏହାର ବ୍ୟବହାର ବନ୍ଦ କରି ନିଜ ନିଜ ପାଣି ବୋତଲ ଘରୁ ଧରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ବହୁଳ ବ୍ୟବହାରକାରୀ ଅଧିକାରୀ ଏହା ନ ମାନନ୍ତି ଯାଞ୍ଚକାରୀ ଦ୍ଵାରା ଧରାପଡିଲେ ତାଙ୍କର ନାମ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବ ବୋଲି ଘୋଷଣା ହୋଇଛି।