କନ୍ଧମାଳ, କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଂଚାୟତର ଜାର୍ଗୀ ଗାଁରେ ଅଭାବନୀୟ ଘଟଣା ଘଟିଛି । ଚାଷ ଜମିରେ ବୁଡି ୨ ଶିଶୁଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଜାର୍ଗୀ ଗ୍ରାମର ଦୁଇ ପରିବାରର ଲୋକେ ଗତକାଲି ସନ୍ଧ୍ୟା ସମୟରେ ଚାଷ ବିଲ ଦେଖିବାକୁ ଯାଇଥିବା ବେଳେ ତାଙ୍କ ସହ ଦୁଇ ଶିଶୁ ମଧ୍ୟ ବିଲକୁ ଯାଇଥିଲେ । ହେଲେ ବିଲରେ ବର୍ଷା ପାଣି ଭର୍ତ୍ତି ହୋଇଥିବାରୁ ଜାଣି ନପାରି ବିଲକୁ ପଶି ଯାଇଥିଲେ । ଆଉ ପାଣିରେ ବୁଡ଼ିଯିବା ଫଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ମୃତ ଶିଶୁ ପୁତ୍ରର ବୟସ ୭ ବର୍ଷ ହୋଇଥିବା ବେଳେ ଶିଶୁ କନ୍ୟାର ବୟସ ୫ ବର୍ଷ । ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ବାଲିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦୁଇ ଶିଶୁଙ୍କ ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି ।ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
Related Stories
May 17, 2024