ପୁରୀ, ଆଜି ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ଭିନ୍ନକ୍ଷମ କାଳୁ ପ୍ରଧାନଙ୍କୁ ଏକ ଟ୍ରାଇ ସାଇକେଲ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲା ଗିରିସୋଲା ଅନ୍ତର୍ଗତ କିରାପାଲି ଟିଣସାହି ନିବାସୀ ୩୬ ବର୍ଷ ବୟସ୍କ କାଳୁ ଏକ ଦୁର୍ଘଟଣାର ଶୀକାର ହୋଇ ନିଜର ଦୁଇଟି ଯାକ ଗୋଡ ହରାଇଥିଲେ। ବର୍ତ୍ତମାନ ପୁରୀରେ ଜନୈକ ବ୍ୟକ୍ତିଙ୍କ ସହାୟତାରେ ରହୁଥିବା ବେଳେ ନିଜର ଯାତାୟତର ସୁବିଧା ପାଇଁ ଏକ ଟ୍ରାଇ ସାଇକେଲ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା ତତକ୍ଷଣାତ୍ ଏକ ଟ୍ରାଇ ସାଇକେଲ ଯୋଗାଇ ଦେବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଏହି ଟ୍ରାଇ ସାଇକେଲକୁ କାଳୁ ପ୍ରଧାନଙ୍କୁ ପ୍ରଦାନ କରିଥିଲେ।
ଭିନ୍ନକ୍ଷମ କାଳୁଙ୍କୁ ଏହି ଟ୍ରାଇ ସାଇକେଲ ପ୍ରଦାନ ସମୟରେ ଏଡିଏମଓ ଡା. ଗିରିଜା ରଥ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଭ୍ରାଶୁଂ କୁମାର ମହାରଣା, ଜିଲ୍ଲା ଅବକାରୀ ଅଧୀକ୍ଷକ ଜଗଦୀଶ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।