କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ପୈାରାଂଚଳକୁ ଅଳିଆ ଆବର୍ଜନାମୁକ୍ତ କରିବା ଓ କେନ୍ଦ୍ରାପଡାକୁ ସ୍ୱଚ୍ଛ ସହରରେ ପରିଣତ କରିବାକୁ ଉଦ୍ୟମ କରାଯାଉଛି । ପୋରସଂସ୍ଥା ପକ୍ଷରୁ ନୂଆ ନୂଆ ଯୋଜନା ଓ ଅଳିଆ ଦିଅ ପୁରସ୍କାର ନିଅ କାର୍ଯ୍ୟକ୍ରମ କରାଯାଉଥିବାବେଳେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖ ଗଳିର ଗୋଟିଏ ପଟେ ଏସ୍ଡିପିଓଙ୍କ କ୍ୱାର୍ଟର ଓ ଅନ୍ୟ ପଟେ ଜଳସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସରକାରୀ ବାସଭବନ ରହିଛି । ଏହା ନିକଟରେ କୁଢ କୁଢ ଅଳିଆ ଗଦା ହୋଇଥିବା ଦେଖିବାକୁ ମିଳିଛି । ସହରର ସୁଇପର କଲୋନୀର ମୁଖ୍ୟ ପଥରେ ଏହି ଅଳିଆ ଆବର୍ଜନା ଜମା ହୋଇ ରହିବା ଓ ପବନରେ ଉଡି ସ୍ଥାନୀୟ ଅଂଚଳକୁ ପ୍ରଦୂଷିତ କରିବା ଘଟଣା ପୈାରସଂସ୍ଥାର ସ୍ୱଚ୍ଛ ଅଭିଯାନ ଦକ୍ଷତାକୁ ପଦାରେ ପକାଇ ଦେଇଥିବା ସହରରେ ଆଲୋଚନା ହେଉଛି । ସହରକୁ ସଫା ସୁତୁରା କରିବା ଦାୟିତ୍ୱ ନିର୍ବାହ କରୁଥିବା ସୁଇପରମାନେ ଏହି ବାଟରେ ଅଳିଆ ଆବର୍ଜନା ମଧ୍ୟରେ ଯାତାୟତ କରୁଥିବା ଦେଖିବାକୁ ମିଳୁଛି । ତେବେ ସହରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ଉଭୟ ପଟରେ ଥିବା ଉଚ୍ଚପଦସ୍ତ ଅଧିକାରୀମାନଙ୍କୁ ବ୍ୟତିବ୍ୟସ୍ତ କରୁଥିବାବେଳେ ପୈାର ପ୍ରଶାସନ ସଂପୂର୍ଣ୍ଣ ଆଖି ବୁଜି ଦେଇଛି ।
Related Stories
November 24, 2024
November 24, 2024