
ନୂଆପଡା – ନୂଆପଡା ଜିଲ୍ଲା ସିନାପାଲି କେନ୍ଦୁପତ୍ର ରେଞ୍ଜ ବିଭାଗ ତରଫରୁ ଗୋର୍ଲା ପଂଚାୟତ ଅନ୍ତର୍ଗତ କୁସୁମଖୁଂଟା ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁÂିତ ହୋଇଯାଇଛି । ଏହି ଅବସରରେ ସିନାପାଲି ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ.ସୁଧାଂଶୁ ଶେଖର ସାହୁ, ଡ.ମନୋରମା ମାଝୀ, ଫାର୍ମାସିଷ୍ଟ ଶିବଶଙ୍କର, ଏଏନଏମ୍ କନକ ମଞ୍ଜରୀ ମେହେର ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଶିବିରରେ ସ୍ଥାନୀୟ ୧୭୫ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । କୁସୁମଖୁଂଟା, ତୁଳସୀପଡା, ମାଲପଡା, ବୈଜଲପୁର ଆଦି ଗ୍ରାମରୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏଠାକୁ ଲୋକେ ଆସିଥିଲେ । ସିନାପାଲି କେନ୍ଦୁପତ୍ର ରେଞ୍ଜ ତରଫରୁ କେନ୍ଦୁପତ୍ର ବନାଂଚଳ ଅଧିକାରୀ ସନ୍ତୋଷ କୁମାର ସୁନାନୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଫରେଷ୍ଟର ରୁଦ୍ରମାଧବ ଶବର, ଡିସମ୍ବର ରଣା, ଚନ୍ଦ୍ରଧ୍ୱଜ ବାଗ, ମହିମା ମେହେର, ବୃନ୍ଦାବନ ଘିଭେଲା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।