
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଏକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିଶେଖରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗାଗାରିନ୍ ମହାନ୍ତି, ଅମୀତା ପଟ୍ଟନାୟକ, ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ଡିଏସ୍ପି କାର୍ତିକ ଚନ୍ଦ୍ର ମଲ୍ଲିକ, ପଟ୍ଟାମୁଣ୍ଡାଇ ଏସ୍ଡିପିଓ ରଂଜନ କୁମାର ଦେଙ୍କ ସହିତ ଟାଉନ୍ଥାନା ଅଧିକାରୀ ଜ୍ୟୋତିରଂଜନ ସାମନ୍ତରାୟ, ସଦରଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ, ଆର୍.ଆଇ ହେମନ୍ତ କୁମାର ଦାସଙ୍କ ସହ ବହୁ ପୋଲିସ୍ କର୍ମଚାରୀ ଏହି ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟର ଚାରିପଟେ ଦୀର୍ଘଦିନରୁ ପଡିରହିଥିବା ଅଳିଆ, ଆବର୍ଜନା ଓ ଗଛ ଗୁଡିକୁ ସଫା କରିଥିଲେ ।