![](https://indokalingtimes.com/wp-content/uploads/2019/09/IKT-logo-1.jpg)
କେନ୍ଦ୍ରାପଡ଼ା – ଓଡିଶା ରାଜସ୍ୱ ଅମଲା ସଂଘର କେନ୍ଦ୍ରାପଡା ଜିଲ୍ଲା ଶାଖାର ଏକ ସାଧାରଣ ଅଧିବେସନ ଜିଲ୍ଲା ସଦ୍ଭାବନା ଗୃହରେ ସଭାପତି ଦୀନବନ୍ଧୁ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ବୈଠକକୁ ଜିଲ୍ଲାପାଳ ସମର୍ଥ ବର୍ମା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଅମଲା ସଂଘର ଚତୁର୍ଥ ତ୍ରୟୋବାର୍ଷିକ ସମ୍ମିଳନୀ ଆୟୋଜନ ରାଜସ୍ୱ ଅମଲାମାନଙ୍କର ବିଭିନ୍ନ ଦାବୀ ଇତ୍ୟାଦି ସଂପର୍କରେ ଆଲୋଚନା କରାଯାଇଥିଲା । ଦାବିଗୁଡିକ ପୂରଣ କରିବା ପାଇଁ ରାଜସ୍ୱ ଅମଲାମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମତ ପ୍ରକାଶ କରିଥିଲେ । ଜିଲ୍ଲାପାଳ ରାଜସ୍ୱ ଅମଲାମାନଙ୍କୁ ଶାସନରେ ଏକ ମୁଖ୍ୟ ଅଙ୍ଗ ବୋଲି ଅଭିହିତ କରି କର୍ତବ୍ୟନିଷ୍ଠ ହୋଇ ସଚ୍ଚୋଟତାର ସହିତ ସରକାରୀ କାର୍ଯ୍ୟ ସଂପାଦନ କରିବାକୁ ପରାମର୍ଶ ଦେଇଥିଲେ । ସଂଘର ବିଭିନ୍ନ ଦାବୀ ଗୁଡିକ ଉପରେ ସରକାରଙ୍କୁ ସକରାମô୍କ ସୁପାରିଶ୍ କରିବେ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଏହି ସଭାରେ ଜିଲ୍ଲା ସଂପାଦକ ରମେଶ ଚନ୍ଦ୍ର ପାଣି ସଂପାଦକୀୟ ବିବରଣୀ ପ୍ରଦାନ କରିଥିବାବେଳେ ସଂଗଠନର ସଂପାଦକ ପ୍ରଭଞ୍ଜନ ମିଶ୍ର, ଷ୍ଟାଫ୍ କମିଟି ଉପସଭାପତି ଅଶୋକ କୁମାର ମହାନ୍ତି, କିରଣ କୁମାର କାନୁନ୍ଗୋ, ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ପ୍ରଭଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଜିଲ୍ଲାର ସମସ୍ତ ଅମଲା କର୍ମଚାରୀମାନେ ଯୋଗ ଦେଇଥିଲେ ।