ସାନଖେମୁଣ୍ଡି: ଗ୍ରାମ୍ୟ ଅର୍ଥନୀତିର ଅଭିବୃଦ୍ଧି ସହ ସରକାରଙ୍କ କଲ୍ୟାଣକାରୀ ଯୋଜନା ଗ୍ରାମାଞ୍ଚଳରେ ସଫଳ ରୂପାୟନରେ ଗଣମାଧ୍ୟମର ପ୍ରମୁଖ ଭୁମିକା ରହିଛି। ମାନବ ସହାୟତର ଆରମ୍ଭରୁ ଅଦ୍ୟାବଧି ହୋଇଥିବା ପରିବର୍ତ୍ତନ ସହ ଯୁଗ ସହ ତାଳମିଳାଇ ସମାଜକୁ ଦିଗଦର୍ଶନ ଦେବା ସହ ଗଣମାଧ୍ୟମ ବିକାଶର କର୍ଣ୍ଣଧାର ସାଜିଛି। ଗ୍ରାମ୍ୟ ଅର୍ଥନୀତି କୃଷିକ୍ଷେତର ବିକାଶ ସହ ସଂଲଗ୍ନ ଶିକ୍ଷା, ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ, ରାଜସ୍ୱ, ଜଙ୍ଗଲ, ଜଳସେଚନ ଅଦିକ୍ଷେତ୍ର ଉପରେ ନିର୍ଭରଶୀଳ ହୋଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ଓ ସମ୍ପୃକ୍ତ ବିଭାଗ ମଧ୍ୟରେ ସକାରତ୍ମକ ଉଦ୍ୟମ ହେଲେ ବିକାଶର ଗତି ଦ୍ରୁତ ହେବବୋଲି ସାନଖେମୁଣ୍ଡି ପ୍ରେସ କ୍ଲବ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ବହୁ ବିଶିଷ୍ଟ ଅତିଥି ମାନେ ମତ ପ୍ରକାଶ କରିଛନ୍ତି। ପ୍ରେସ କ୍ଲବ ସଂପାଦକ ବିନାୟକ ଦାଶଙ୍କ ପୌରହିତରେ ବ୍ଲକ ସମ୍ମିଳନୀ କକ୍ଷରେ ଅୟୋଜିତ ସମାବେଶକୁ ତହସିଲଦାର ଅମିତ କୁମାର ନାୟକ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। “ଗ୍ରାମ୍ୟ ଅର୍ଥନୀତିର ଅଭିବୃଦ୍ଧି ଓ ଗଣମାଧ୍ୟମ” ଶୀର୍ଷକ ଆଲୋଚନା ଚକ୍ରରେ ତହସିଲଦାରଙ୍କ ସମତେ ବିଡିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ, କଙ୍କୋରଡା କଲେଜ ଅଧ୍ୟକ୍ଷ ଡ଼.ପ୍ରଫୁଲ୍ଲ କୁମାର ରାଉତ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ତପନ କୁମାର ମଲ୍ଲ, ବ୍ଲକ ଶିକ୍ଷାଧିକାରୀ ମୁକୁନ୍ଦ ଚନ୍ଦ୍ର ପାଢ଼ୀ, ରାଜ୍ୟ ଓସକାର୍ଡ ବ୍ୟାଙ୍କ ସଭାପତି ଯୋଗେନ୍ଦ୍ର ସ୍ବାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, କୃଷିକ୍ଷେତ୍ର ଅଧିକାରୀ ରାଜେନ୍ଦ୍ର ନନ୍ଦ ରେଡି, ଯୁବକଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ପରିଷଦ ସଭ୍ୟ ଶଂକର୍ଷଣ ସ୍ୱାଇଁ, ସରପଞ୍ଚ ଟି ବାବୁ ସୁବୁଧି, ନିରାକାର ପ୍ରଧାନ, ସମିତି ସଭ୍ୟ ଅମିନ ପ୍ରଧାନ, ଓକିଲ ସତ୍ୟନାରାୟଣ ରଥ, ଯୁବବିଜେଡି ସଭାପତି ସନ୍ତୋଷ ବିଷୋୟୀ, ଛାତ୍ର ବିଜେଡି ସଭାପତି କାଳୁଚରଣ ନାୟକଙ୍କ ସମତେ ବହୁ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଥିବା ବେଳେ ସାମ୍ବାଦିକ ସତ୍ୟନାରାୟଣ ପାଢ଼ୀ, ସନ୍ତୋଷ କୁମାର ଦାସ, ପ୍ରଫୁଲ୍ଲ ସାବତ, ନୃସିଂହ ପ୍ରସାଦ ପାଢ଼ୀ, ପଦ୍ମଲୋଚନ ପାଣିଗ୍ରାହୀ, ବିଜୟ କୁମାର ପ୍ରଧାନ, ସଂଜୀବ କୁମାର ପାତ୍ର, ଗୋପାଳ କୃଷ୍ଣ ମଲ୍ଲିକ, କେ ନାଗେଶୁ ରେଡି, ନୃସିଂହ ରଞ୍ଜନ ବେହେରା, ଶଂକର୍ଷଣ ସ୍ୱାଇଁ ଉପସ୍ଥିତ ଥିବା ବେଳେ ସାମ୍ବାଦିକ କାଳୁଚରଣ ନାୟକ ଧନ୍ୟବାଦ ଦେଇଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Related Stories
November 21, 2024
November 21, 2024