-
ଜଣେ ମୃତ, ୨ ଆହତ
ପୁରୀ, ଦିଗବାରେଣୀ ନିକଟ ସମୁଦ୍ରରେ ଗାଧୋଉଥିବା ସମୟରେ ଭାସିଗଲେ ତିନିଜଣ ପର୍ଯ୍ଯଟକ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ଛତିଶଗଡ଼ ରାୟଗଡ ଅଞ୍ଚଳର ମିନାକ୍ଷୀ ନାୟକ ବୋଲି ଜଣାପଡିଛି।
ସକାଳୁ ସେକ୍ଟର ୧ର ଦିଗବାରେଣି ଖୁଣ୍ଟି ବେଳାଭୂମୀରେ ମିନାକ୍ଷୀଙ୍କ ସହ ତାଙ୍କ ପରିବାରର ଅନ୍ୟ ପାଞ୍ଚ ଜଣ ଗାଧୋଇବା ସମୟରେ ହଠାତ ୩ ଜଣ ଭାସିଯାଇଥିଲେ। ତେବେ ଭାସିଯାଇଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ସମୟ ପରେ ମିନାକ୍ଷୀଙ୍କୁ ବ୍ଲୁଫ୍ଲାଗ ବିଚ୍ ସମୁଦ୍ରରୁ ଉଦ୍ଧାର କରାଯାଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସମୁଦ୍ରକୂଳ ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛି।