
ଭୁବନେଶ୍ୱର, କଂଗ୍ରେସ ଦଳ ଛାଡିଛନ୍ତି ୩୦ରୁ ଅଧିକ ବରିଷ୍ଠ ନେତା ଓ କର୍ମୀ । ଏହା ଫଳରେ ରାଜ୍ୟ କଂଗ୍ରେସକୁ ବଡ ଝଟକା ଲାଗିଛି । ଏମାନଙ୍କ ମଧ୍ୟରେ ବହୁ ପୂର୍ବତନ ସାଂସଦ ଓ ବିଧାୟକ ସାମିଲ ଅଛନ୍ତି । ସମସ୍ତ ନେତା ହାଇକମାଣ୍ଡଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବି ବେହେରା , ଛାତ୍ର କଂଗ୍ରେସ ସାଧାରଣ ସଂପାଦକ ଅକ୍ଷୟ ମଲ୍ଲ , ପିସିସିର ପୂର୍ବତନ ସଂପାଦକ ନିକୁଞ୍ଜ ପଶାୟତ, ପୂର୍ବତନ ମୁଖପାତ୍ର ଅଶୋକ ସାମଲ , ଜାତୀୟ ସଂଯୋଜକ ସୌମ୍ୟ ମିଶ୍ର, ପୂର୍ବତନ ସାଧାରଣ ସଂପାଦକ ବିଶ୍ୱଜିତ ଦାସ ଦଳ ଛାଡିଛନ୍ତି । ତେବେ ଏହି ସବୁ ନେତା କଣ ପାଇଁ କଂଗ୍ରେସ ଛାଡିଛନ୍ତି ତାହା ଜଣାପଡିନାହିଁ ।
ଅପରପକ୍ଷରେ କଂଗ୍ରେସ ନେତାଙ୍କ ଇସ୍ତଫା ପରେ କଟକ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ, ଏହା ଆଶ୍ଚର୍ଯ୍ୟଜନକ ଏବଂ ଦୁଃଖଦାୟକ । ମୋ ସହ କେହି ଆଲୋଚନା କରିନାହାନ୍ତି । କିନ୍ତୁ ସେମାନଙ୍କ ସହ ମୁଁ ଆଲୋଚନା କରିବି । ୩୦ ଜଣ ଇସ୍ତଫା ଦେଇଥିବା ନେତାଙ୍କ ଭିତରେ କଟକ କଂଗ୍ରେସ ସଂଗଠନର ଅନେକ ନେତା ରହିଛନ୍ତି ।