ଭୁୁବନେଶ୍ୱର – ଅନୁଗୁଳ ଜିଲ୍ଲାର ବ୍ଲକ ଓ ପୌର ସଂସ୍ଥାରେ ମୋଟ ୧୬୫୪ ଗୋଟି ଆଙ୍ଗନବାଡି କେନ୍ଦ୍ର ରହିଛି ଓ ତନ୍ମଧ୍ୟରୁ ୧୦୦୨ଟି କେନ୍ଦ୍ରର ନିଜସ୍ୱ ଗୃହ ରହିଛି । ବଳକା ୬୫୨ଟି ଆଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ପ୍ରକାଶ କରିଥିଲେ ।
ସଦସ୍ୟ ରମେଶ ଚନ୍ଦ୍ର ସାଏଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତର ଦେଇ ଶ୍ରୀମତୀ ସାହୁ କହିଥିଲେ ଯେ ଜିଲ୍ଲାରେ ଗୃହ ନ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ଡିଏମଏଫ ପାଣ୍ଠିରୁ ନିର୍ମାଣ କରିବାକୁ ନିର୍ଦେଶ ଦିଆ ଯାଇଛି ।