
ଗଞ୍ଜାମ – ଗୋପାଳପୁର ପୋଲିସ ଥାନା ଅନ୍ତର୍ଗତ ମନସୁରକୋଟ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣେ ନୃସଂଶ ସ୍ୱାମୀ ପତ୍ନୀକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାରେ ପୋଲିସ ଅଭିଯୁକ୍ତ ସ୍ୱାମୀ ତନୁ ଦାସକୁ ଗିରଫ କରିଛି ।
ସ୍ୱାମୀ ତନୁ ଦାସ ମଦ ପିଇ ପତ୍ନୀ ନାନୁ ଦାସ (୨୨) ସହିତ ଗଣ୍ଡଗୋଳ କରିବା ସହ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ପାଇ ଆଜି ସକାଳେ ଗୋପାଳପୁର ପୋଲିସ ସଦଳବଳେ ଘଟଣାସ୍ଥଳରେ ପହଂଚି ମୃତ ମହିଳାଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି । ଏ ସଂକ୍ରାନ୍ତରେ ଥାନା ପକ୍ଷରୁ ୯୬/୧୯ ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି ।