ଭୁୁବନେଶ୍ୱର – କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ ୀ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ଯେ ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ ଲୋକ ମାନେ ଖାଇବା ଖର୍ଚ କମ କରିବାକୁ ବାଧ୍ୟ ହେଉଛନ୍ତି । ଓଡିଶାରେ ସ୍ଥିତି ଆହୁରି ଭୟାବହ ରହିଛି । ରାଜ୍ୟରେ ଖାଇବା ଖର୍ଚ ସିନା କମ ହୋଇଛି ହେଲେ ମଦ ପିଇବା ବଢିଛି । ମନ୍ଦିର, ମୁଖ୍ୟ ରାସ୍ତା ନିକଟରେ ମଦ ଦୋକାନ ଖୋଲା ଯାଉଛି । ସରକାର ନୂଆ ମଦ ଦୋକାନ ମାନ ଖୋଲି ଲୋକ ମାନଙ୍କୁ ଉତ୍ସାହିତ କରୁଛନ୍ତି ।
ସେ କହିଛନ୍ତି ଯେ ଯେ ପର୍ଯ୍ୟନ୍ତ ମଦୁଆ ଅଛନ୍ତି ସେ ପର୍ଯ୍ୟନ୍ତ ସମ୍ପୂର୍ଣ ମଦ ବନ୍ଦ ସମ୍ଭବ ନୁହେଁ ବୋଲି ତାଙ୍କର ମତ ହେଲେ ମଦରୁ ନିୟନ୍ତ୍ରିତ କରା ଯିବାର ଆବଶ୍ୟକତା ରହିଛି । ଲୋକ ମାନେ ସହଜରେ କିପରି ମଦ ନ ପାଇବେ ଏ ନେଇ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ ବୋଲି ସେ କହିଥିଲେ ।