କେନ୍ଦୁଝର – ୨୦୧୭ ଜୁନ୍ ମାସରେ ଘଟିଯାଇଥିବା ଏକ ଗଣଦୁଷ୍କର୍ମ ମାମଲାର ବିଚାର କରି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତିନି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ପ୍ରତ୍ୟେକଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଆସାମୀ ମାନେ ହେଲେ ପରମେଶ୍ୱର ନାୟକ, ଜିତୁ ନାୟକ ଓ ପବିତ୍ର ନାୟକ ।
ଘଟଣା ଦିନ ଅଭିଯୁକ୍ତ ମାନେ ଯୁବତୀ ଜଣଙ୍କୁ ରାସ୍ତାରୁ ନିକଟସ୍ଥ ଜଙ୍ଗଲକୁ ଉଠାଇ ନେଇଥିଲେ । ସେଠାରେ ଜୋରଜବରଦସ୍ତ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ପରେ ପୀଡ଼ିତାଙ୍କୁ ସଂଜ୍ଞାହିନ ଅବସ୍ଥାରେ ଛାଡି ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ପୀଡ଼ିତାଙ୍କ ଅଭିଯୋଗକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିଥିଲା । ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ମାମଲା କୋର୍ଟରେ ବିଚାରଧିନ ଥିଲା । କୋର୍ଟ ମାମଲାର ଶୁଣାଣୀ କରି ସାକ୍ଷ୍ୟ, ପ୍ରମାଣ, ପାରିପାଶ୍ୱର୍ିକ ସ୍ଥିତି, ପୀଡ଼ିତାଙ୍କ ବୟାନକୁ ଭିତି କରି ଅଭିଯୁକ୍ତ ମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି ।