ଧର୍ମଶାଳା – ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ୨ଗୋଟି ବିଦ୍ୟାଳୟରେ ଅଘଟଣ । ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା ଓ ଝିଟିପିଟି ପଡିଥିବା ଖାଦ୍ୟ ଖାଇ ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଚକିତ୍ସିତ ହୋଇ ଫେରିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଆଜି ଦିନ ତମାମ ଚର୍ଚ୍ଚାର ବିଷୟ ପାଲଟିଛି । ଏବଂ ଘଟଣାରେ ଶିକ୍ଷାବିଭାଗ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ବିଦ୍ୟାଳୟର ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅବିଭାବକ ମହଲରେ ଦାବି ହେଉଛି । ସୂଚନା ଅନୁଯାୟୀ ଆଜି ସକାଳେ ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ଶ୍ରୀବନ୍ତପୁର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ସମୟରେ ରୋଷେଇ ଦାୟିତ୍ୱରେ ଥିବା ପାଚିକାଙ୍କ ଅସାବଧାନତା ହେତୁ ଖାଦ୍ୟରେ ଝିଟିପିଟି ପଡିଯାଇଥିଲା । ଏହି ବିଦ୍ୟାଳୟର ୪୨ଜଣ ଛାତ୍ରଛ୍ରାତ୍ରୀ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡିଥିଲେ । ଖାଦ୍ୟରେ ଝିଟିପିଟି ପଡିଥିବା ଜଣାପଡିଥିଲା । ଏହି ଖାଦ୍ୟ ଖାଇ ମୁଣ୍ଡ ବୁଲାଇବାରୁ ୧୨ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅବିଭାବକମାନେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପରେ ଅନ୍ୟ ୩୦ ଜଣଙ୍କୁ ଶିକ୍ଷକମାନେ ୧୦୮ ଆମ୍ବୁଲାନସ୍ ଯୋଗେ ଏହି ମେଡିକାଲକୁ ପଠାଇଥିଲେ । ସେମାନଙ୍କୁ ଚିକିତ୍ସା କରାଯାଇ ପରେ ସୁସ୍ଥ ହେବା ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା । ସେହିପରି ଏହି ଧର୍ମଶାଳା ବ୍ଲକ ବମ୍ପୁ ମଙ୍ଗରାଜପୁର ନୋଡାଲ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ପଚା ଅଣ୍ଡା ରୋଷେଇ କରାଯାଇ ଛାତ୍ରଛାତ୍ରୀମାନଙ୍କୁ ଖାଇବାକୁ ଦିଆଯାଇଥିଲା । ଏହି ଖାଦ୍ୟ ଖାଇ ୩ ଜଣ ଛାତ୍ର ଗୁରୁତର ହୋଇପଡିଥିଲେ । ଏହି ବିଦ୍ୟାଳୟର ୫ମ ଷଶ୍ରଣୀ ଛାତ୍ର ଶୁଭ ମଲିକ,ବିଚିତ୍ର ମଲିକ ଓ ଶୁଭମ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ଧମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ହୋଇ ଶୁଭମ ଘରକୁ ଫେରି ଆସିଥିବା ବେଳେ ଶୁଭ ଓ ବିଚିତ୍ରଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ଜଣାପଡିଛି । ଏହି ଘଟଣା ପ୍ରଘଟ ହେବା ପରେ ସମଗ୍ର ଧର୍ମଶାଳାରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ପାଇ ଧର୍ମଶାଳା ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ ବେହେରା,ଧର୍ମଶାଳା ଥାନା ଅଧିକାରୀ ସରୋଜ ସାହୁ ମେଡିକାଲରେ ପଂହଚି ତଦନ୍ତ ଚଳାଇଥିଲେ । ଏଭଳି ଘଟଣାକୁ ବ୍ଲକ ଶିକ୍ଷା ଅଧିକାରୀ ଗୁରୁତ୍ୱ ଦେଇ ନଥିବା ବେଳେ ପରେ ଖାଦ୍ୟରେ ଝିଟିପିଟି ଓ ପଚା ଅଣ୍ଡା ପଡିଥିବା ଜାଣିବା ପରେ ବିଶ୍ୱାସ କରିବା ସହିତ ଏହି ଘଟଣାରେ ସମ୍ପକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ିଆଯିବ ବୋଲି ପ୍ରକାଶ କରିଥିଲେ । ଅନ୍ୟପକ୍ଷେ ଜାରକା ସରପଂଚ ବିଭୁତି ପାଣିଗ୍ରାହୀ ଓ ଚହଟା ସରପଂଚ ସତ୍ୟକାନ୍ତ ମଲିକ ମେଡିକାଲରେ ପଂହଚି ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କୁ ନିଜସ୍ୱ ଖର୍ଚ୍ଚରେ ଫଳରସ ଓ ଓଆରଏସ ବଂଟନ କରିଥିଲେ ।
Related Stories
November 24, 2024
November 24, 2024