
ଭଞ୍ଜନଗର – ଭଞ୍ଜନଗର ପ୍ରେସ କ୍ଲବ ତରଫରୁ ଆଜି କେ.ଏସ.ୟୁ.ବି କଲେଜ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡ. ନୀଳାଞ୍ଚଳ ମୁନି, ସମ୍ମାନିତ ଅତିଥି ଭାବେ ଡ. ସୁବାଷ ଚନ୍ଦ୍ର ପ୍ରଧାନ, ଡ.ଆର. ଏନ୍.ପାଳ, ଅଧ୍ୟାପକ ବିନୋଦ ଦାଶ, ପ୍ରେସ କ୍ଲବ ସଦସ୍ୟ ରବୀନ୍ଦ୍ର ପାତ୍ର ମଞ୍ଚାସିନ ଥିଲେ l ସଭାପତି ଲୋକନାଥ କର ଏଥିରେ ସଂଯୋଜନା କରିଥିଲେ l ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଭାବେ କିଭଳି ଗଣ ମାଧ୍ୟମ ପରିଚିତ ଓ ଜାତୀୟ ପ୍ରେସ ଦିବସର ଉଦ୍ଦେଶ୍ୟ ଓ ସାମ୍ବାଦିକ ମାନଙ୍କ ଭୂମିକା ସମ୍ପର୍କରେ ନେତାଜୀ ବିଷୋୟୀ, ପ୍ରଦୀପ ସ୍ୱାଇଁ, ଜ୍ଞାନ ଚାନ୍ଦ ଜଗନ୍ନାଥ, ନୃସିଂହ ଚରଣ ସ୍ବାର ଓ ଅନ୍ୟ ଅତିଥି ମାନେ ନିଜ ନିଜର ମତାମତ ରଖିଥିଲେ l ଏଥିରେ ସାମ୍ବାଦିକ, କଲେଜ ର ଅଧ୍ୟାପକ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l