ସାନଖେମୁଣ୍ଡି : ରାଜ୍ୟ ସରକାରଙ୍କ ଆନୁସଙ୍ଗିକ ସମାଜ କଲ୍ୟାଣକାରୀ ଯୋଜନାର ସଫଳତା ହାରକୁ ତର୍ଜମା ସହିତ ପ୍ରଶାସନକୁ ଗ୍ରାମାଭିମୁଖୀ କରିବା ନେଇ ପ୍ରଚଳିତ କାର୍ଯ୍ୟକ୍ରମ ମୋ ସତରଞ୍ଜି ବୈଠକ ଇତି ମଧ୍ୟରେ ଜୁରା ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ଜନସାଧାରଣଙ୍କ ଗ୍ରହଣରେ ସରପଞ୍ଚ ଶ୍ରୀମତୀ ଲିସାରାଣୀ ପାତ୍ର, ସମିତି ସଭ୍ୟ ଶ୍ରୀ ରଘୁନାଥ ସାହୁ, ପୂର୍ବତନ ସରପଞ୍ଚ ସୀମାଞ୍ଚଳ ଗୌଡ଼, ଗୀତାଞ୍ଜଳି ସାହୁ, ନାଏବ ସରପଞ୍ଚ ଶ୍ରୀ ଲୋକନାଥ ପାଣିଗ୍ରାହୀ ପ୍ରମୁଖ ବ୍ଲକ ପ୍ରଶାସନକୁ ଅଭିନନ୍ଦନ ଜଣାଇବା ସହ ବିଡିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ସମ୍ବଧିତ କରିଥିଲେ। ଅନୁଷ୍ଠିତ ଏହି ସାଧରଣ ସତରଞ୍ଜି ବୈଠକରେ ବିଡିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ ସରକାରଙ୍କ ଯୋଜନାର ସଫଳ ରୂପାୟନରେ ହିତାଧିକାରୀଙ୍କ ଭୁମିକାକୁ ଗୁରୁତ୍ୱରୋପ କରିଥିବା ବେଳେ ସଠିକ ହିତାଧିକାରୀ ଚୟନକୁ ପ୍ରାଥମିକତା ନେବାକୁ ଜନସାଧାରଣରେ ପରିପ୍ରକାଶ କରିଥିଲେ। ସରପଞ୍ଚ ତଥା ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଅଭିଯୋଗ ପ୍ରକାରେ ସାମାଜିକ ସୁରକ୍ଷା ଭତ୍ତା, ଜାତୀୟ ଖାଦ୍ୟସୁରକ୍ଷା ଯୋଜନା ଓ ଆବାସ ଯୋଜନା ହିତାଧିକାରୀ ଚୟନରେ ହେଉଥିବା ଚଞ୍ଚକତା ବିଷୟକୁ ନଜରକୁ ନେଇ ଆସନ୍ତା ଦିନରେ ହିତାଧିକାରୀ ଚୟନରେ ବ୍ୟାପକତାକୁ ରଦୃତ କରିଥିଲେ। ଉପସ୍ଥିତି ବୃଦ୍ଧିଜୀବୀ ଜନସାଧାରଣଙ୍କୁ ସଠିକ ହିତାଧିକାରୀ ଚୟନରେ ସହାୟତା କରିବା ସହ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ପୂର୍ବତନ ବ୍ଲକ ଅଧକ୍ଷ ଶ୍ରୀ ଲଷ୍ମୀଚରଣ ପାତ୍ର, କୃଷ୍ଣଚନ୍ଦ୍ର ପାତ୍ର, ମାଗତା ପଣ୍ଡା, ପ୍ରଦୀପ କୁମାର ପାଣିଗ୍ରାହୀ, ଲଡୁ କିଶୋର ପ୍ରଧାନ, କବିରାଜ ସାହୁ, କାଳୀ ପ୍ରସାଦ ସାହୁ, ସୁପ୍ରଭା ସାହୁ, ନରସିଂହ ସାହୁ ପ୍ରମୁଖଙ୍କ ସହ ସମସ୍ତ ଅଙ୍ଗନବାଡି କର୍ମୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Related Stories
November 22, 2024