ମୋହନା, ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରରେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଆଜି ଆଉ ଦୁଇ ଜଣ ଆକ୍ରାନ୍ତଙ୍କୁ ମୋହନା ମେଡିକାଲରେ ଭର୍ତି କରାଯାଇଛି । ଜଣେ ବୃଦ୍ଧଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମୋହନା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରର ଏକ ସ୍ଵାସ୍ଥ୍ୟ ଟିମ୍ ଗ୍ରାମରେ ପହଂଚି ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ସହ ଜଳ ବିଶୋଧନ ଓ ଏନେଇ ଜନସଚେତନା ସୃଷ୍ଟି କରାଯାଉଛି । ତେବେ ପରିତ୍ୟକ୍ତ କୂଅର ପାଣି ବ୍ୟବହାର ହଇଜା ବ୍ୟାପିବାର ମୂଳ କାରଣ ବୋଲି କୁହାଯାଉଛି ।
Related Stories
November 23, 2024