
-
ମାଲକାନଗିରି ଜିଲ୍ଲାରେ ସରକାରୀ ବସ୍ ଚଳାଚଳ ବନ୍ଦ : ସହିଦ୍ ସ୍ତମ୍ବ ନିର୍ମାଣ କରି ମୃତ ସାଥୀଙ୍କୁ ଶ୍ରଦ୍ଧାଞ୍ଜଳି
ମାଲକାନଗିରି, ଜୁଲାଇ ୨୮ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରୁଛି ନକ୍ସଲ ସଂଗଠନ । ଆନ୍ଧ୍ର-ଓଡ଼ିଶା ବର୍ଡ଼ର ଜୋନାଲ କମିଟି ମାଓ ସଂଗଠନ ପକ୍ଷରୁ ସହିଦ ସପ୍ତାହ ପାଳନ ସହ ଏହି ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବରେ ଆଜି ଦ୍ଵିତୀୟ ଦିନରେ ଜିଲ୍ଲାରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି । ମାଓବାଦୀଙ୍କ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ଆନ୍ଧ୍ର-ଛତିଶଗଡ଼- ତେଲେଙ୍ଗାନା ସୀମା ସିଲ୍ କରାଯାଇଛି । ସେସବୁ ସ୍ଥାନରେ ଯାନବାହନ ଯାଂଚ୍ କୁ କଡ଼ାକଡ଼ି କରାଯାଇଛି । ବର୍ତମାନ ସୁଦ୍ଧା ମାଓବାଦୀ ମାନେ ଓଡ଼ିଶାର କୌଣସି ସ୍ଥାନରେ ହିଂସାକାଣ୍ଡ ଘଟାଇନଥିବା ବେଳେ ସୀମାନ୍ତ ଛତିଶଗଡ଼ରେ ରାସ୍ତା କାମରେ ନିୟୋଜିତ ଥିବା ଗାଡି ଗୁଡିକ ପୋଡି ଦେଇଛନ୍ତି ।
ଅନ୍ୟପକ୍ଷରେ ମାଓବାଦୀ ସଂଗଠନ ପକ୍ଷରୁ ଗାଁ ଗାଁରେ ଅସ୍ଥାୟୀ ସହିଦ୍ ସ୍ତମ୍ବ ନିର୍ମାଣ କରି ସେଠାରେ ନାଚଗୀତ କାର୍ଯ୍ୟକ୍ରମର ଆୟୋଜନ କରି ମୃତ ସାଥୀ କମ୍ରେଡଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପୋଷ୍ଟର, ବ୍ୟାନର ମାଧ୍ୟମରେ ଆହ୍ଵାନ ଦେଇଛନ୍ତି ।