ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାର ପୂର୍ବତନ ଲୋକସଭା ସଦସ୍ୟ ସୁବାସ ନାଏକଙ୍କ ୭୫ ବର୍ଷ ବୟସରେ ଗତକାଲି ଭବାନୀପାଟଣା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ଖବର ପ୍ରଚାରିତ ହେବାପରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ସେ ଏକାଧାରରେ ଥିଲେ ଜଣେ ଜନପ୍ରିୟ ନେତା, ସମାଜସେବି ଓ ପରୋପକାରୀ ବ୍ୟକ୍ତି। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ।
ସ୍ଵର୍ଗତ ନାଏକ ପ୍ରଥମେ ସ୍ଵାସ୍ଥ୍ୟ ବିଭାଗରେ ଚାକିରୀ କରିଥିଲେ। ପରବର୍ତ୍ତୀ ସମୟରେ ଦଇନିକ ଖବର ଧରିତ୍ରୀରେ ଜିଲ୍ଲା ପ୍ରତିନିଧି ଭାବରେ ସାମ୍ବାଦିକତା କରିବା, ଏବଂ ପରେ ୧୯୯୧-୧୯୯୫ ପର୍ଯ୍ୟନ୍ତ କଂଗ୍ରେସ ଦଳରୁ କଳାହାଣ୍ଡି ଜିଲ୍ଲାରୁ ଲୋକସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ବିଭିନ୍ନ ନେତା, ମନ୍ତ୍ରୀ ତାଙ୍କ ବିୟୋଗରେ ଶୋକ ବାର୍ତ୍ତା ଜଣାଇଛନ୍ତି।