କନ୍ଧମାଳ, ପ୍ରଶାସନର ବାଲି ଉପରେ ମାତ୍ରାଧିକ ପେନାଲିଟିର ପ୍ରତିବାଦ କରି ସୋମବାର ଶତାଧିକ ଟ୍ରାକ୍ଟର ମାଲିକ କୃଷି ବିଭାଗ ଛକରୁ ଏକ ରାଲିରେ ବାହାରି ମୁଖ୍ୟ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ସହ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
କନ୍ଧମାଳ ଜିଲ୍ଲାରେ ବାଲିର ଦର ବୃଦ୍ଧି ପାଇଁ ପ୍ରଶାସନ ପଦକ୍ଷେପ ନେଉଥିବାରୁ ଦୀର୍ଘ ଏକ ମାସ ଧରି ଟ୍ରାକ୍ଟର ସବୁ ବନ୍ଦ ରହିଛି । ଫଳରେ ଘର ନିର୍ମାଣ କରୁଥିବା ଲୋକେ, ଠିକା କାମ କରୁଥିବା ଠିକାଦାରମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ପ୍ରଶାସନ ବାଲି ପରିବହନ ବୃଦ୍ଧି ନିଷ୍ପତ୍ତି ପୂର୍ବରୁ କୌଣସି ଠିକାଦାର, ଟ୍ରାକ୍ଟର ମାଲିକ କିମ୍ବା ନିର୍ମାଣ ଠିକାଦାରଙ୍କ ମତାମତ ନ ନେଇ ପ୍ରଶାସନ ଏକଛତ୍ରବାଦ ଭାବେ ନିଷ୍ପତ୍ତି ନେଇ ନଥିବା ଅଭିଯୋଗ କରିଛି ସଂଘ । ପଟୁବାଲିକୁ ମହାନଦୀ ବାଲିର ମାନ୍ୟତା ନଦେବାକୁ ସଂଘ ଦାବି କରିଛି । ପେନାଲିଟି ବଦଳରେ ରୟାଲିଟି ଦେବାକୁ କହିଛି ସଂଘ । ପେନାଲଟି ପଡିଲେ ବାଲି ଟ୍ରାକ୍ଟର ଲୋଡ ବର୍ତ୍ତମାନ ୧୧ ଶହ ଥିବାବେଳେ ଏହା ୨୬ ଶହ ଟଙ୍କାକୁ ବୃଦ୍ଧିପାଇବ । ଯାହାକି ଲୋକଙ୍କୁ ବାଧିବ ବୋଲି ସଂଘର ଉପଦେଷ୍ଟା ଅଶୋକ ପରିଡ଼ା କହିଛନ୍ତି । ଏଣୁ ସରକାର ଓ ଜିଲ୍ଲା ପ୍ରଶାସନ ଦାବିର ବିଚାର କରିବା ଲାଗି ସମ୍ପାଦକ ଅମରେନ୍ଦ୍ର ପଟ୍ଟନାୟକ କହିଛନ୍ତି।