ଭଦ୍ରକ – କଳା ଓ କାଳର ବିକାଶ ନିମନ୍ତେ ଜୀବନ ବ୍ୟାପୀ ସାଧନାର ସ୍ବୀକୃତି ସ୍ବରୂପ କବି ସମ୍ରାଟ ଉପେନ୍ଦ୍ର ଭଂଜ ପୁରସ୍କାର ଓ ଏକାଡେମୀ ପୁରସ୍କାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଓ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତରଫରୁ ପ୍ରଦାନ କରାଯାଇଛି। ଉକ୍ତ ପୁରସ୍କାର ଗତକାଲି ଭୁବନେଶ୍ବର ସ୍ଥିତ ଭଂଜ କଲ୍ୟାଣ ମଣ୍ଡପରେ ପ୍ରଦାନ କରାଯାଇଛି। ବର୍ଷ ୨୦୧୭ ଓ ୨୦୧୮ ପାଇଁ ୧୫ଟି ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଥିବା କଳାକାରମାନଙ୍କୁ ଏହି ପୁରସ୍କାର ଦେଇ ସମ୍ମାନିତ କରାଯାଇଛି। ତେବେ କଳାର ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ଭଦ୍ରକ ଜିଲ୍ଲାର ୩ଜଣ କଳାକାର ଏହି ପୁରସ୍କାର ପାଇ ଭଦ୍ରକ ମରିକୁ ଗୌରବ ମଣ୍ଡିତ କରିଛନ୍ତି। ୨୦୧୭ ବର୍ଷରେ ଅଭିନୟ କ୍ଷେତ୍ରରେ ସାଧନା ଲାଗି ବୃନ୍ଦାବନ ବାରିକ ପୁରସ୍କୃତ ହୋଇଛନ୍ତି। ୨୦୧୮ ବର୍ଷ ପାଇଁ ନାଟ୍ୟ ରଚନା କ୍ଷେତ୍ରରେ ପାରଦର୍ଶିତା ପାଇଁ ଡ. ସୁଧାଂଶୁ ନାୟକ ଓ ଲୋକନାଟ୍ୟ (ମୋଗଲ ତାମ୍ସା) କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ବିଜୟ କୁମାର ବହଳୀ ଏହି ପୁରସ୍କାର ପାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଶ, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିଦ୍ର୍ଧେଶକ ବିଜୟ କୁମାର ନାୟକ, ସଂଗୀତ ନାଟକ ଏକାଡେମୀର ବିଜୟ କୁମାର ଜେନା େଯାଗ ଦେଇଥିଲେ। ଡ. ମୃତୁ୍ୟଞ୍ଜୟ ରଥ କାର୍ଯ୍ୟକ୍ରମରେ ସଂେଯାଜନା କରିଥିଲେ।
Related Stories
November 30, 2024