
ଭଦ୍ରକ – ଭଦ୍ରକ ମୁଖ୍ୟ ଚିକିସôାଳୟ ପରିସରରେ ବିଶ୍ବ ମଧୁମେହ ଦିବସ ପାଳିତ ହୋଇଯାଇଅଛି। ଜିଲ୍ଲା ମୁଖ୍ୟ ଚିକିସାଧିôକାରୀ ଡାକ୍ତର ଜଗନ୍ନାଥ ପହିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଡାକ୍ତର ମୁରଲୀଧର ନାୟକ ,ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ପ୍ରଦୀପ କୁମାର ଖୁିଆ (ଏଡିଏମ୍ଓ) ମେଡିକାଲ,ଡାକ୍ତର ମୀନକେତନ ମହାନ୍ତି ବରିଷ୍ଠ ଭେଷଜ ବିଶେଷଜ୍ଝ େଯାଗ ଦେଇ ମଧୁମେହ ରୋଗର କାରଣ ଓ ନିରାକରଣ ଏବଂ ଚିକିସôା ସମ୍ବଦ୍ଧରେ ଆଲୋକପାତ କରିବା ସଂଗେ ସଂଗେ ସନ୍ତୁଳିତ ଖାଦ୍ୟ ଗ୍ରହଣ, ବ୍ୟାୟମ,େଯାଗ,ଅତ୍ୟଧିକ ଚାପକୁ ନିଜେ କମାଇବା ପାଇଁଁ କରମର୍ଶ ଦେଇଥିଲେ। ବିଶ୍ବ ମଧୁମେହ ଦିବସ ଉପରେ ମୁଖ୍ୟ ଚିକିସôାଧିକାରୀ ବକ୍ତବ୍ୟରେ ଶ୍ରୀ ପହି କହିଥିଲେ ମଧୁମେହ ରୋକୁ ନେଇ ଭୟଭୀତ ନହୋଇ ଏହି ରୋଗର ନିରୂପଣ ଓ ଚିକିସôା ସମସ୍ତ ସରକାରୀ ଡାକ୍ତରଖାନରେ ବିନାମୂଲ୍ୟରେ ଉପଲବ୍ଧ ହେଉଅଛି। ପ୍ରାରମ୍ଭରେ ଜନସ୍ବାସ୍ଥ୍ୟ ସରଣ ଅଧିକାରୀ ଯଶୋବନ୍ତ ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଡିଭାଇନ୍ ନସିଂ ବିଦ୍ୟାଳୟର ଛାତ୍ରୀମାନେ େଯାଗ ଦେଇ ବକ୍ତୁତା ପ୍ରତିେଯାଗିତାରେ ଭାଗ ନେଇଥିଲେ। ଶେଷରେ ପ୍ରତିେଯାଗୀମାନଙ୍କୁ ପୁରସ୍କାର ପ୍ରଦାନ ସହ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ଏହି କାଯ୍ର୍ୟକ୍ରମରେ ସଦର ଡାକ୍ତରଖାନର ସମସ୍ତ କର୍ମଚାରୀ.ଅଶା ଓ ଅଙ୍ଗନଓ୍ବାଡ ିକର୍ମୀମାନେ େଯାଗ ଦେଇଥିଲେ।