ଭଦ୍ରକ – ଭଦ୍ରକରେ ଜିଲ୍ଲାସ୍ତରୀୟ ଯୁବ ମହୋସôବ ସ୍ଥାନୀୟ ସଂସ୍କୁତିଭବନ ପରିସରରେ ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର ନିଦ୍ର୍ଧେଶାନୁଯାଇ ଭଦ୍ରକ ଜିଲ୍ଲାପ୍ରଶାସନ ଓ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଉସôବକୁ ଭଦ୍ରକ ଡିଆରଡିଏର ପ୍ରକଳ୍ପ ନିଦ୍ର୍ଧେଶକ ମଧୁସୂଦନ ଦାସ ମୁଖ୍ୟଅତିଥି ଭାବେ େଯାଗଦେଇଥିଲେ। ଗ୍ରାମାଳରେ ବହୁ କଳା,ସଂସ୍କୁତି ଓ ପ୍ରତିଭାସµନ ଯୁବକ ଓ ଯୁବତୀମାନେ ଅଛନ୍ତି। ଏହି ପ୍ରତିଭାଧାରୀଙ୍କୁ ଲୋକଲୋଚନକୁ ଆଣିବାକୁ ପ୍ରତିବର୍ଷ ସରକାରଙ୍କ ପକ୍ଷରୁ ଯୁବମହୋସôବ ଆୟୋଜନ କରାଯାଉଅଛି ବୋଲି ମୁଖ୍ୟଅତିଥି ଶ୍ରୀ ଦାସ ବକ୍ତବ୍ୟରେ କହିଥିଲେ। ମୁଖ୍ୟ ବକ୍ତା ଭାବେ ସହକାରୀ ଜିଲ୍ଲାପାଳ ସୌମ୍ୟ ଶ୍ରୀ ପାଣିଗ୍ରାହୀ େଯାଗଦେଇ ଭଦ୍ରକ ହେଉଛି କଳା,ସାହିତ୍ୟ ଓ ସଂସ୍କୁତିର ମାଟି। ଯୁବମହୋସôବରେ ଭାଗନେଇଥିବା ପ୍ରତ୍ୟେକ କଳାକାରମାନେ ନିଜର କଳାପ୍ରତିଭାକୁ ବିକଶିତ କରି ଜିଲ୍ଳା ଓ ରାଜ୍ୟସ୍ତରରେ ସୁନାମ ଆଣିବାକୁ କହିଥିଲେ। ସମ୍ମାନୀତ ଅତିଥି ଭାବରେ ଭଦ୍ରକ ଟାଉନ୍ ଥାନାଧିକାରିଣୀ ସରୋଜୀନି ସଂି େଯାଗ ଦେଇ ଦେଇଥିବାବେଳେ ଏହି ଯୁବମହୋସôବରେ ଜିଲ୍ଲା କ୍ରୀଡା ଅଧିକାରୀ ମନୋଜ ଦାସ ଅଧ୍ଯକ୍ଷତ୍ବା କରିଥିଲେ। ଏହି ଯୁବମହୋସôବରେ ବିଚାରକଭାବେ ସ୍ମୃତିରଂଜନ ଦାସ, ଅଜିତାନନ୍ଦ ଦେବ ଗୋସ୍ବାମୀ ଓ ରଜେଶ କର ପ୍ରମୁଖ େଯାଗଦେଇ ବକ୍ତବ୍ୟରେ କୌଣସି ସଂସ୍କୃତିକ ଦଳ ହାରିବା କିମ୍ବା ଜିତିବା ବଡ କଥା ନୁହେଁ। ଶୃଙ୍ଖଳିତଭାବେ କଳାପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ। ଏହି ମହୋସôବ ନଭେମ୍ବର ୧୪ ଓ ୧୫ ତାରିଖରେ ଦୁଇ ଦିନ ଧରି ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହେଉଅଛି। ପ୍ରତ୍ୟେକ ବ୍ଲକରୁ ମନୋନୀତ ହୋଇଥିବା କଳାକାର ଓ ସାଂସ୍କୃତିକ ଦଳ ଗୁଡ଼ିକ ଭାଗ ନେଇଛନ୍ତି। ଏହିପ୍ରତିେଯାଗୀତାରେ ୧୩ରୁ ୩୫ବର୍ଷ କଳାକାର ମାନେ ଅଂଶ ଗ୍ରହଣ କରିଥିଲେ। ଯୁବମହୋସôବରେ ପ୍ରଥମ ଦିନରେ ଓଡିଶୀ,ମଣିପୁରୀ ମୃଦଙ୍ଗ, ଭାରତନାଟମ୍ୟ,ମଣିପୁରୀ, ହାରମୋନିୟମ୍ ,ଗୀଟାର ,ତବଲା ଆଦି ବିଭିନ୍ନ ପ୍ରତିେଯାଗିତା ଅନୁଷ୍ଠିତ ହୋଇଥିଲା। ଆସନ୍ତାକାଲି ଆର୍ଥାତ ଶେଷ ଦିନରେ ଲୋକନୃତ୍ୟ (ଦଳଗତ) ଲୋକସଂଗୀତ (ଦଳଗତ) ଏକକ ନୃତ୍ୟ ଅଭିନୟ ଦଳଗତ କ୍ଲାସିକାଲ ଯଥା ସୋଲ ସୀତାର, ବଂଶୀ, ବିଣା, ଓ ଇଲୋକୁଏନ୍ସ (ଇଂରାଜୀ, ହୀନ୍ଦି ଭାଷାରେ ଆଦି ପ୍ରତିେଯାଗିତା ଅନୁଷ୍ଠିତ ହେବ। ଏହି ଜିଲ୍ଲାସ୍ତରୀୟ ପ୍ରତିେଯାଗିତାରେ ମନୋନିତ ହୋଇଥିବା ପ୍ରଥମ ପ୍ରତିେଯଗାୀ ରାଜ୍ୟ ସ୍ତରୀୟ ଯୁବମହୋସôବ ଭାଗ ନେଇ ପାରିବେ । ଉକ୍ତ କାଯ୍ର୍ୟକ୍ରମକୁ କ୍ରୀଡା ଶିକ୍ଷକ ଗଜେନ୍ଦ୍ର ଭାରତୀ ,ଶ୍ୟାମସୁନ୍ଦର ମହାରାଜ, ମନିନ୍ଦ୍ର ନାୟକ ଓ ଆଶୋକ ବିଶ୍ବାଳ ସମେତ କଳାକାରମାନେ ସହେଯାଗିତା କରିଥିଲେ।
Related Stories
November 30, 2024