
ନୂଆପଡା – ନୂଆପଡା ଜିଲ୍ଲା ଏକ କୃଷି ପ୍ରଧାନ ଜିଲା ଅଟେ । ଏହି ଜିଲ୍ଲାରେ ୭୦ ପ୍ରତିଶତ ଲୋକ କୃଷିକୁ ମୁଖ୍ୟ ଜୀବିକା ଭାବରେ ନେଇଥାନ୍ତି । ହେଲେ ଏଠାରେ ଧାନ କିଣା ନେଇ ଅନିଶ୍ଚିତତା ଦେଖାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ ମଣ୍ଡି ଖୋଳିବାରେ ବିଲମ୍ବ ନେଇ ଚାଷି ମାନେ ଧାନର ଅଭାବି ବିକ୍ରୀ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଚଳିତ ବର୍ଷ କେତେକ ଜଳସେଚିତ ଅଂଚଳରେ ଧାନ ଅମଳ ଆରମ୍ଭ ହୋଇ ଥିବା ବେଳେ ଉପôାଜିତ ଧାନକୁ ବିକ୍ରୀ ନେଇ ଚାଷି ଚିନ୍ତିତ ଅଛନ୍ତି । ସରକାରୀ ନିଷ୍ପତି ମୁତାବକ ଧାନ ମଣ୍ଡି ଖୋଳା ନଯିବା କାରଣରୁ ଚାଷି ନାହିଁ ନଥିବା ସମସ୍ୟା ସମ୍ମୁଖିନ ହେଉଛନ୍ତି । ଧାନର ଅଭାବି ବିକ୍ରୀର ଶିକାର ହୋଇ ନିଜ ପରିଶ୍ରମରେ ଉପôାଜିତ ଧାନକୁ ବାଧ୍ୟ ହୋଇ କମ ଦରରେ ଚାଷୀ ବିକ୍ରୀ କରୁଛନ୍ତି । ଧାନର ଅଭାବ ବିକ୍ରୀ ନେଇ ନୂଆପଡା ସମବାୟ ସମିତିକୁ ଅଭିଯୋଗ କରିବାରୁ ମଣ୍ଡି ଏଯାବତ ଖୋଲାଯାଇ ନଥିବା ବେଳେ ଆସନ୍ତା ସପ୍ତାହରେ ମଣ୍ଡି ଖୋଲାଯିବ ବୋଲି ପ୍ରକାଶ କରିଥିଲେ । ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ଅତିଶିଘ୍ର ମଣ୍ଡି ଖୋଳିବାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି ।