
ସୁନ୍ଦରଗଡ଼ – ଖେଳୁଥିବା ବେଳେ ଅସାବଧାନତାବଶତଃ ପାଣିଭର୍ତି ଡେ଼କଚିରେ ଖସି ପଡି ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ତାଇନ୍ଦା ଗ୍ରାମରେ । ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଶିଶୁଟି ଶ୍ୱାସରୁଦ୍ଧ ଅବସ୍ଥାରେ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି । ତେବେ ଏନେଇ ଅଧିକ ତଥ୍ୟ ମିଳିପାରିନାହିଁ ।