ବେଙ୍ଗାଲୁରୁ – ବେଙ୍ଗାଲୁରୁ ସ୍ଥିତ କନରାଡରେ ଇଂଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଏଣ୍ଡ ସିକ୍ୟୁରିଟି ଏଣ୍ଡ ସେଫଟି ମ୍ୟାନେଜମେଂଟର ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀର ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ବାଇଏସ ୟେଦିୟୁରପ୍ପାଙ୍କ ଅନୁପସ୍ଥିତିରେ ସିଟି ପୋଲିସ କମିଶନର ଭାସ୍କର ରାଓ ଏହାର ଉଦଘାଟନ କରିଛନ୍ତି ।
ଇଂଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଏଣ୍ଡ ସିକ୍ୟୁରିଟି ଏଣ୍ଡ ସେଫଟି ମ୍ୟାନେଜମେଂଟର କାର୍ୟ୍ୟକାରୀ ସଭାପତି ତଥା ରାଜ୍ୟସଭା ସାଂସଦ ରବୀନ୍ଦ୍ର କିଶୋର ସିହ୍ନା ସମ୍ବୋଧିତ କରି କହିଛନ୍ତି ଯେ ଆଜିର ପରିବର୍ତନର ଯୁଗରେ ଆମ ସମ୍ମୁଖରେ ଅନେକ ଆହ୍ୱାନ ରହିଛି, ଯାହାର ସମାଧାନର ରାସ୍ତା ଆମକୁ କାଢିବାକୁ ପଡିବ । ସାଇବର ଅପରାଧ ଭଳି ବିପଦ ପ୍ରତି ସେ ଚେତାଇ କହିଥିଲେ ଯେ ସାଇବର ସୁରକ୍ଷାକୁ ଆମକୁ ପେଶାଦାର ଢଂଗରେ କରିବାକୁ ହେବ । ଏ ନେଇ ଆମକୁ ପ୍ରସ୍ତୁତ ରହିବାକୁ ହେବ ବୋଲି ସେ କହିଛନ୍ତିା