ଭଦ୍ରକ – ଆଜି ଭଦ୍ରକ ସ୍ପେଶାଲ ଟ୍ରାକ୍ କୋର୍ଟର ଆସିଷ୍ଟାଣ୍ଟ ସେସନସ୍ ଜଜ୍ ଜନକ ରାଉତ ଏକ ଦୁଷ୍କର୍ମ ଉଦ୍ୟମକାରୀ ଯୁବକକୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗତ ୨୦୧୮ ମାର୍ଚ୍ଚ ୧୫ ତାରିଖ ଦିନ ଧାମନଗର ଥାନା ଅଧୀନସ୍ଥ ବାଣୁଆଡି ଗ୍ରାମର ଜଣେ ଯୁବତୀଙ୍କୁ ସେହି ଗ୍ରାମର ଜଗବନ୍ଧୁ ନାୟକ ଓରଫ ଜଗା ନାମକ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏହି ଘଟଣାରେ ଧାମନଗର ଥାନାରେ ୪୬/୧୮ ମୂଳେ ଏକ ମାମଲା ରୁଜୁ ହୋଇଥିଲା । ପରେ କୋର୍ଟ କେଶ୍ ନଂ ୧୨/୧୨୦/୧୮ ମୂଳେ ଏହି ଘଟଣାର ବିଚାର ଚାଲିଥିଲା । ଆଜି ମାନ୍ୟବର ଜଜ୍ ଶ୍ରୀ ରାଉତ ଏହି ମାମଲାର ବିଚାର କରି ଜଗବନ୍ଧୁଙ୍କୁ ଆଇପିସି ଦଫା ୩୭୬/୫୧୧ ରେ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଦଫା ୪୪୮ ଓ ୩୨୩ ରେ ୬ ମାସ ଲେଖାଏଁ, ୩୪୧ ରେ ଏକମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାରେ ସରକାରୀ ଏ.ପି.ପି. ଜିତେନ୍ଦ୍ର କୁମାର ପଣ୍ଡା ସରକାରଙ୍କ ପକ୍ଷରୁ ମୋକଦ୍ଧମା ପରିଚାଳନା କରୁଥିଲେ ।