ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ୍ ଗତ କାଲି ବିଳମ୍ବିତ ରାତିରେ ଅନ୍ତେଇ ଠାରେ ଆୟୋଜିତ ଏକ ଜୁଆ ଆଡ୍ଡା ଉପରେ ଆତର୍କିତ ଚଢାଉ କରି ୩ଜଣ ଜୁଆଡ଼ି ଙ୍କୁ ଗିରଫ୍ କରିଛି । ସେମାନେ ହେଲେ ବ୍ରହ୍ମପୁର ର ଦୀପକ ମହାନ୍ତି ଗୋଳନ୍ଥରା ଥାନା ଅଞ୍ଚଳ ର ଦିବାକର ଗୋୖଡ , ଇଛାପୁର ଅଞ୍ଚଳ ର ଟି ପ୍ରବୀଣ କୁମାର ସେମାନଂକ ଠାରୁ ନଗଦ ୯୨୪୫୦/- ଟଙ୍କା ଜବତ କରିଛି । ଏପି୩୧ଏଏ ୯୦୦୯ ହୋଣ୍ଡାଇ କାର୍ଓ ଗୋଟେ ଟିଭିଏସ୍ ବାଇକ୍ ଓଆର୦୭ଏନ୧୦୨୦ ମଧ୍ୟ ଜବତ କରିଛି ଏକ କେଶ୍ ନ ୨୩୩/୨୯ ରେ ଏକ ମାମଲା ରୁଜୁ କରି ଅଦାଲତ କୁ ପଠାଇ ଥିବା ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ ସେଠୀ ସୁଚନା ଦେଇଛନ୍ତି । ଅନ୍ୟ ୫ ଜୁଆଡ଼ି ଘଟଣା ସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଛନ୍ତି ବୋଲି ଅନୁମାନ କରିଛି ପୋଲିସ୍ ।ଜୁଆଡ଼ି ମାନେ ବହୁତ ଦିନର ନୀରବତା ପରେ ନୂଆ ନୂଆ ଆରମ୍ଭ କରିଥିବା ଜୁଆଖେଳ ଉପରେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଦିଗପହଣ୍ଡି ପୋଲିସ ଚଢ଼ାଉ କରିଥିଲା । ଯଦି ଏପରି ଜୁଆଖେଳ ଦୈନଦିନ ଲାଗେ ତାହାହେଲେ କେତେ ଯେ ପରିବାର ଉଜଡ଼ି ଯିବ ତାହା କହିବା ମୁସ୍କିଲ ।ଏହି ଜୁଆଖେଳ ରେ ହାରୁଥିବା ଯୁବକ ଟଙ୍କା ପାଇଁ ଚୋରି, ଡକାୟତ ଭଳି ଅପରାଧ ମଧ୍ୟ କରିପାରେ ତେଣୁ ଏହି ଜୁଆ ଆଡ୍ଡା ଉପରେ ତିଖଣ ନଜର ରଖି ବାରମ୍ବାର ଚଢ଼ାଉ କରି ଜୁଆ ଆଡ୍ଡା ବନ୍ଦ କଲେ ଦିଗପହଣ୍ଡି ଅଞ୍ଚଳ ବାସୀ ଶାନ୍ତି ରେ ଜୀବନ ଯାପନ କରି ପାରିବେ ବୋଲି ସଧାରଣ ରେ ଚର୍ଚ୍ଚା ହେଉଛି ।
Related Stories
March 28, 2024