ପୁରୀ, ରଥଯାତ୍ରାରେ ମହାପ୍ରଭୁ ଯିବା ପରେ ରଥ ଉପରେ ଶୁଖିଲା ଭୋଗ, ଫଳମୂଳ ଅର୍ପଣ କରାଯାଇଥିଲା । ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିବା ପରେ ଆଡ଼ପ ଅବଢ଼ା ଭୋଗ କରାଯାଇଥିଲା । ବାହୁଡ଼ା ଦିନ ଖେଚୁଡ଼ି ଭୋଗ ଖାଇ ପ୍ରଭୁ ନାକଚଣା ଦ୍ଵାର ଦେଇ ରଥକୁ ପହଣ୍ଡି ହୋଇଥିଲେ । ବାହୁଡ଼ା ଦିନ ରଥ ଉପରେ ବିଭିନ୍ନ ନୀତି ଅନୁଷ୍ଠିତ ହେବା ସହ ଶୁଖିଲା ଭୋଗ ଅର୍ପଣ ହୋଇଥିଲା । ଗତକାଲି ଅଧରପଣା ପରେ ଆଜି ନିଳାଦ୍ରୀ ବିଜେ କରି ରତ୍ନ ସିଂହାସନରେ ବିରାଜମାନ କରିବେ ଚତୁର୍ଦ୍ଧାମୂର୍ତି । ଆସନ୍ତା କାଲି ମା ମହାଲକ୍ଷ୍ମୀଙ୍କ ହାତରନ୍ଧା ପ୍ରସାଦ ରୋଷ ଘରୁ ଆସି ରତ୍ନ ସଂହାସନ ନିକଟରେ ଭୋଗ ଲାଗି ହେବ । ଏହି ଭୋଗ ଲାଗି ହେବା ପରେ ମହାପ୍ରସାଦକୁ ଭକ୍ତ ମାନେ ପାଇବେ । ନୀଳାଚଳରେ ଏହି ପ୍ରଥମ ଅବଢ଼ାକୁ ଭକ୍ତ ମାନେ ପାଇ ମହା ଆନନ୍ଦିତ ହେବେ । ନୀଳାଚଳ ଅବଢ଼ା ସେବନ ଓ ବ୍ରାହ୍ମଣ ଭୋଜନ କରାଇଲେ ମହାପୂର୍ଣ୍ଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି ।
Related Stories
November 24, 2024
November 24, 2024