ରାଉରକେଲା, ରାଉରକେଲା ସହରର ଏକ ମାତ୍ର ବୃହତ ଓ ସରକାରୀ ପେନସନଧାରୀ ବ୍ୟାଙ୍କ ଭାବେ ପରିଚିତ ଉଦିତ ନଗର ଶାଖାରେ ଏବେ ଲାଗିରହିଛି ଅଚଳାବସ୍ଥା। ପରିଚାଳକଙ୍କ ଚେୟାର ପ୍ରାୟ ଖାଲି, ଯଦି ବି ଦେଖା ହେଉଛନ୍ତି ଅମୁକା କରନ୍ତୁ ସମୁକା କରନ୍ତୁ, ସେ କାଉଁଟରକୁ ଯାଆନ୍ତୁ କହି ଦେଇ ଉଭାନ ହୋଇଯାଉଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏକ ପ୍ରକାର ଏହି ବ୍ୟାଙ୍କରେ ପ୍ରଶାସନିକ ବ୍ୟବସ୍ଥା ଭୁଷୁଡି ପଡିଛି ବୋଲି ଗ୍ରାହକ ମାନେ ଅଭିଯୋଗ କରୁଛନ୍ତି । ଏହି ବ୍ୟାଙ୍କରେ ପ୍ରାୟ ୯୯ ଭାଗ ପେନସନଧାରୀ ନିଜ ପେନସନ ଟଙ୍କା ପାଇବା ସହ ନାନା ପ୍ରକାର ସରକାରୀ ଅର୍ଥ ମଧ୍ୟ ଏହି ବ୍ୟାଙ୍କ ଦେଇ ଲୋକେ ପାଆନ୍ତି । ତେବେ ଏଠାରେ ସବୁକିଛି ଠିକ ଠାକ ଚାଲିଥିବା ବେଳେ ପୁରାତନ ପରିଚାଳକ ବଦଳି ହେବା ପରେ ନୂତନ ପରିଚାଳକଙ୍କ ସଠିକ ସହଯୋଗ ଅଭାବ ତଥା ଅନ୍ୟ ଅଫିସର ମାନଙ୍କର କାମ ଉପରେ ତାଙ୍କର ନଜର ରହୁନଥିବାରୁ ଗ୍ରାହକ ମାନଙ୍କ ଲାଗି ସମସ୍ୟା ବଢିଚାଲିଛି । ବ୍ୟାଙ୍କରେ ପ୍ରବଳ ଭିଡ ହେବା ସହ ଏଠି କୋଭିଡ ବିହେଭିଅର ପ୍ରାୟ ଶୂନ । ନିକଟରେ ଜଣେ ବିଧବା ମହିଳା ମାନସିକ ଚାପରେ ସେ ଅସୁସ୍ଥ ରହି, ତାଙ୍କର ଖାତା ଅପଡେଟ ସହ ନୂଆଖାତା ଲାଗି ତାଙ୍କ ଲୋକ ଯିବାରୁ ପରିଚାଳକ କହିଲେ ଆକାଉଁଟ ହୋଲଡର ଲେଖିକି ଦିଅନ୍ତୁ । ସେଇଆ ହେଲା ଲେଖିକି ଆଣିବା ପରେ କହିଲେ ଅମୁକା କାଉଁଟରକୁ ଯାହାନ୍ତୁ । ସେଠି ଏକ ଘଂଟା ଠିଆ ହେବା ପରେ ସେଠି ଉତର ମିଳିଲା ପାଖ କାଉଁଟରକୁ ଯାଆନ୍ତୁ, ସେଠିକୁ ଜିବା ପରେ କୁହାଗଲା କେୱାଇସି ନାହିଁ, କେୱାଇସି କରାଯାଇଥିବା ସତ୍ବେ ପୁଣି ଏହାର ଆବଶ୍ୟକତା ପଡିବା କଥାକୁ ଆସିଷ୍ଟାଂଟ ମ୍ୟାନେଜର ଜାଣିବା ପରେ ତୁରନ୍ତ ନିଜେ ଯାଇ ସମସ୍ତ କଥାର ସମାଧାନ କଲେ, ହେଲେ ମ୍ୟାନେଜର ମିଳିଲେ ନାହିଁ । ଏଠି ଗୋଟିଏ କାଉଁଟରରେ ଅନେକ କାମ ସାଙ୍ଗକୁ କାଉଁଟରରେ ବସୁଥିବା ଅଫିସର ମାନଙ୍କର ହାତ ଏତେ ଧୀର ଯେ, ଗୋଟାଏ ଟ୍ରାଂଜାକ୍ସନ କୁ ୨୦ ମିନିଟ ଲାଗୁଛି । ଲମ୍ବାଲାଇନରେ ଲୋକେ ଥିବାବେଳେ ଏଠିକାର ସୁରକ୍ଷାକର୍ମୀ ମୋଟା ପାର୍ଟୀ ମାନଙ୍କ ଚେକ ନେଇ ଆଗତୁରା ସେମାନଙ୍କୁ ଟଙ୍କା ଉଠାଇବାରେ ସହଯୋଗ କରୁଥିବାରୁ ବିଚରା ୧୦୦୦ ଟଙ୍କା ଲାଗି ଧାଡିରେ ଠିଆ ହୋଇଥିବା ଗ୍ରାହକ ନୟାନ୍ତ ହୋଇ ପଡୁଛନ୍ତି । ବର୍ତମାନ ଏହି ବ୍ରାଂଚରେ ପୁରୁଣା ପାଶ ବୁକର ପ୍ରଚଳନ ଚାଲିଥିବା ବେଳେ ସମସ୍ତ ଟ୍ରାଂଜାକ୍ସନ ଆଜିକାଲି ଅନଲାଇନ ହେବା ପରେ ଏହାର ପରିମାଣ ବଢିଛି। ତେଣୁ ଖାତା ଗୁଡିକ ଶିଘ୍ର ମଧ୍ୟ ସରୁଛି, ତେଣୁ ଏହି ଖାତାର ପୃଷ୍ଠା ସଂଖ୍ୟା ବଢା ନଯାଇ ସେହି ୧୨/୧୫ ପେଜରେ ସୀମିତ ରଖା ଯାଉଥିବାରୁ ଖାତା ଶିଘ୍ର ସରୁଛି ଓ ନୂଆ ଖାତା ଲାଗି ଲୋକେ ଘଂଟା ଘଂଟା ଠିଆ ହେଉଛନ୍ତି । ଏହି ବ୍ୟାଙ୍କ ଏଭଳି ଯାଗାରେ ରହିଛି ଯେ, ଏଠାରେ ଗାଡି ରଖିବା ବହୁ କଷ୍ଟକର, କାର ଜିବା ଲାଗି ଅନେକ ସମସ୍ୟା, ତା ଭିତରେ ଯଦି ବ୍ୟାଙ୍କ ଭିତରେ ଏଭଳି ଅବ୍ୟବସ୍ଥା ଲାଗି ରୁହେ ତେବେ ୧ ନମ୍ବର ଗ୍ରାହକ ସେବା ନାମରେ ଡେଙ୍ଗୁରା ପିଟିବାର ମାନେ କଣ ରହିଲା ବୋଲି ସାଧାରଣରେ ମତପ୍ରକାଶ ପାଇଛି ।